ଅପରାଧ

ଆଇଏ ସାହାଯ୍ୟରେ ମୃତକଙ୍କ ଆଖି ଖୋଲି ୩ଜଣ ହତ୍ୟାକାରୀଙ୍କ ସମତେ ଜଣେ ମହିଳାଙ୍କୁ ଗିରଫ କଲା ପୁଲିସ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀରେ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଦିଲ୍ଲୀ ପୁଲିସ ମୃତଦେହର ପରିଚୟ ପାଇବାପରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଘଟଣା ସାମ୍ନାକୁ ଆସିଛି।

ସାଧାରଣତଃ ମୃତକଙ୍କ ପରିଚୟ ପାଇବା ପାଇଁ ଖବରକାଗଜ କି ଗଣମାଧ୍ୟମ‌ରେ ଯେଉଁ ଫଟୋ ପ୍ରକାଶ ପାଇଥାଏ ସେଥିରେ ମୃତକଙ୍କ ମୁଖ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉ ନଥାଏ। ଯେଉଁ କାରଣରୁ ପରିଚୟ ମିଳିବା ବିଳମ୍ବ ହୋଇଥାଏ। ଏଥର ପୁଲିସ ଆଇଏର ସାହାଯ୍ୟରେ ମୃତକଙ୍କ ଚେହେରାକୁ ସ୍ପଷ୍ଟ ଭାବେ ଦେଖାଇଥିଲା। ଯାହାକି ପୁଲିସ ପାଇଁ ଫଳପଦ୍ର ହୋଇଥିଲା।

ସୂଚନାଯୋଗ୍ୟ, ଜାନୁଆରି ୧୦ ତାରିଖରେ ଦିଲ୍ଲୀ ପୁଲିସ ଗୀତା କଲୋନି ପ୍ଲାଏଓଭର ତଳେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ଏହାପରେ ଉକ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ପ‌ରେ ପୁଲିସ ଜାଣିବାକୁ ପାଇଲା କି ଉକ୍ତ ବ୍ୟକ୍ତିଙ୍କୁ  ଗଳାଚିପି ହତ୍ୟା କରାଯାଇଛି। କିନ୍ତୁ ମୃତଦେହ ନିକଟରୁ ସେମିତି କିଛି ସଙ୍କେତ କି ପ୍ରମାଣ ମିଳି ନଥିଲା, ଯାହା ଜରିଆରେ ମୃତକଙ୍କ ପରିଚୟ ଜଣାପଡ଼ିବ।

ମୃତକଙ୍କୁ ଦେଖି ପୁଲିସ ସ୍ପଷ୍ଟ ହୋଇଯାଇଥିଲା କି ହତ୍ୟାକରୀ ସମ୍ପୂର୍ଣ୍ଣ ଯୋଜନା କରି ଏହି ହତ୍ୟାକାଣ୍ଡ ଘଟାଇଛି। ତେଣୁ ମୃତକଙ୍କୁ ଯେମିତି ସ୍ପଷ୍ଟ ଭାବେ ଚିହ୍ନି ହେବ ସେଥିପାଇଁ ଉତ୍ତର ଦିଲ୍ଲୀ ପୁଲିସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସାହାଯ୍ୟ ନେଇଥିଲା। ଆଇଏ ସାହାଯ୍ୟରେ ପୁଲିସ ମୃତକଙ୍କ ଚେହେରା ଆଖି ଖୋଲା ରହିଲେ ଓ ମୃତକ ସୁସ୍ଥ ଥିବା ବେଳେ କିଭଳି ଦେଖାଯାଉଥିବେ ସେମିତି ସଜାଇଥିଲା।

ଏହି ଫଟୋର ୫୦୦ ପୋଷ୍ଟର ବାହାର କରି ପୁଲିସ ଆଖପାଖ ସ୍ଥାନରେ ଲଗାଇଥିଲା। ଏହାପରେ ଦିଲ୍ଲୀ ପୁଲିସ ପାଖକୁ ଏକ ଫୋନ କଲ ଆସିଥିଲା। କଲର କହିଥିଲେ, ‘ଫଟୋରେ ଦେଖିବାକୁ ମିଳୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ମୋ ବଡ଼ାଭଇ ହିତେନ୍ଦ୍ର।’ ଏହାପରେ ପୁଲିସ ଯାଞ୍ଚ ଆରମ୍ଭ କରି ଜାଣିବାକୁ ପାଇଥିଲା କି ହିତେନ୍ଦ୍ରଙ୍କ ତିନିଜଣ ଯୁବକଙ୍କ ସହିତ ଝଗଡ଼ା ହୋଇଥିଲା। ଉକ୍ତ ତିନିଜଣ ଯୁବକ ହିଁ ହିତେନ୍ଦ୍ରଙ୍କର ଗଳା ଚିପି ହତ୍ୟା କରିଥିଲେ। ପୁଲିସ ଏହି ତିନିଜଣ ହତ୍ୟାକାରୀଙ୍କୁ ଗିରଫ କରିବା ପରେ ପ୍ରମାଣ ଲୁଚାଇବାରେ ସାହାଯ୍ୟ କରିଥିବା ଜଣେ ମହିଳାଙ୍କୁ ବି ଗିରଫ କରିଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button