ବନ୍ଧାହେବେ ବାଲି ଓ ପଥରଖାଦାନ ମାଫିଆ! ତଣ୍ଡ ଗଣିଲେଣି ୫୧ ଲକ୍ଷ, ଜବତ ହେଲାଣି ୭୮ ଡମ୍ପର ଓ ଟ୍ରାକ୍ଟର – Kalinga News

[ad_1]
ରାଉରକେଲା: ସରକାର ବଦଳିବା ମାତ୍ରେ ବେଶ୍ ତତ୍ପର ହୋଇଛି ଖଣି ବିଭାଗ। ସଜାଗ ହୋଇଛନ୍ତି ଖଣି ଅଧିକାରୀ ଓ କର୍ମଚାର। ବିନା ଲିଜ୍ରେ ଲୁଟି ଚାଲିଥିବା ବାଲି ଓ ପଥର ମାଫିଆଙ୍କ ଉପରେ ଏନ୍ଫୋର୍ସମେଣ୍ଟ ଟିମ୍ର ରହିଛି କଡ଼ା ନଜର। ମାସ ମାସ ଧରି ଭିତିରି ସଲାସୁତୁରାରେ ଦୈନିକ ବେଆଇନ ଭାବେ ବାଲିଘାଟରୁ ବାଲି ଚାଲାଣ ରୋକିବାକୁ ପୁରା ଦମ୍ ଲଗାଇ ଦେଇଛି ଏନ୍ଫୋର୍ସମେଣ୍ଟ ଟିମ୍।
Sambad is now on WhatsApp
Join and get latest news updates delivered to you via WhatsApp
ଇତି ମଧ୍ୟରେ ରାଉରକେଲା ଖଣି ବିଭାଗ ସୁନ୍ଦରଗଡ଼ ଜିଲ୍ଲାର ମାତ୍ର ୧୨ ବାଲିଘାଟକୁ ଉତ୍ତୋଳନ ପାଇଁ ଅନୁମତି ଦେଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଗୁରୁଣ୍ଡିଆର ପିଟାଗାଁ, ବିଶ୍ରା ବ୍ଳକର ଜାମସେରା, ବଣାଇର ଟେଣ୍ଡ୍ରା, କୁଆରମୁଣ୍ଡାର ବିଜୁବନ୍ଧ, ରାଉରକେଲାର ପ୍ରଧାନପାଲୀ ଓ ଲୁଆକେରା ବାଲିଘାଟ, କୁଆରମୁଣ୍ଡାର ଚାନ୍ଦିପୋଷ, କୁଆରମୁଣ୍ଡା ବାଲିଘାଟ -୨, ବଣାଇର ଛିଡି, ଲାଠିକଟାର ଲୁଙ୍ଗେଇ, ବଣାଇର ଉପୁଡ୍ରା ଓ ସାନଗଗୁଆ। ଝିରପାଣି, ବାଲୁଘାଟ, ନୂଆଗାଁ ପରି ଜିଲ୍ଲାର ପ୍ରାୟ ୪୦ରୁ ଅଧିକ ବାଲିଘାଟରୁ ଦୈନିକ ଶହ ଶହ ଟ୍ରକ ଚୋରାରେ ବାଲି ଉଠୁଛି। ଯାହାର ଟେର୍ପାଉନି ଖଣିବିଭାଗ ଏନ୍ଫୋର୍ସମେଣ୍ଟ ଟିମ୍। ମାସକୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବା ଏସବୁ ବାଲିଘାଟରୁ ଚୋରା ବାଲିଚାଲାଣକାରୀ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିନି। ଏବେ ଝିରପାଣି, ବାଲୁଘାଟ, ତେତରକେଲା ଆଦି ଘାଟରୁ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ବାଲି ଚୋରା ଚାଲାଣ ହେଉଛି। ଦିନ ଦ୍ବିପ୍ରହରରୁ ଲୁଟ୍ କରୁଥିବା ମାଫିଆଙ୍କୁ ଧରିବାରେ ଖଣିବିଭାଗ ସକ୍ଷମ ହୋଇପାରିନି। ଅବଶଃ ଇତିମଧ୍ୟରେ ଖଣିବିଭାଗ ମୋଟ ୭୮ଟି ଟ୍ରାକ୍ଟର ଓ ଡମ୍ପର ଜବତ କରିଛି। ଚୋରାଚାଲାଣକାରୀ ଓ ଗାଡ଼ି ମାଲିକଙ୍କଠୁ ୫୧ ଲକ୍ଷ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେମିତି ଖଣି ବିଭାଗ ମାତ୍ର ୫ଟି ପଥର ଖାଦାନାକୁ ଅନୁମତି ଦେଇଛି। ସେଗୁଡ଼ିକ ମଧ୍ୟରେ ରହିଛି ହେମଗିରି ବ୍ଲକର ସରବାହାଲ, ଲାଠିକଟାର ବଲଣ୍ଡା -୨ ଓ ୩, କୁଆରମୁଣ୍ଡାର ଡୁମଙ୍ଗଡ଼ିରି ଓ କୋଇଡାର ବାଙ୍କା ପଥର ଖାଦାନ। ପ୍ରାୟ ୨୦ରୁ ଅଧିକ ପଥର ଖାଦାନାରୁ ବେଆଇନ ଉତ୍ତୋଳନ ହେଉଥିଲେ ହେଁ ଖଣି ବିଭାଗ ଚୁପ୍। ଖଣି ବିଭାଗ ନିୟମ ଅନୁଯାୟୀ ଅନ୍ଲାଇନ୍ ଟିପି ନଥିଲେ ପଥର ଖାଦାନରୁ ପଥର ପରିବହନ ସମ୍ପୂର୍ଣ୍ଣ ନିଷେଧ। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ପଥର ଖାଦାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବିନା ଟିପିରେ ପଥର ଖାଦାନରୁ ସିଧାସଳଖ କ୍ରସର ୟୁନିଟ୍କୁ ପଥର ବୋହାଯାଉଛି। ଖଣିବିଭାଗର ଏନ୍ଫୋର୍ସମେଣ୍ଟ ଟିମ୍ ହେଉ ଅବା ସ୍ଥାନୀୟ ପୁଲିସ, କେହି ଏମାନଙ୍କୁ ଧରିବାକୁ ଯାଉନାହାନ୍ତି। ବ୍ଲାଷ୍ଟିଂ ଅନୁଯାୟୀ ଗୋଟିଏ ଗୋଟିଏ ଖାଦାନରୁ ଦିନକୁ ୩୦ରୁ ୫୦ ଟ୍ରିପ୍ ପର୍ଯ୍ୟନ୍ତ ପଥର ଚାଲାଣ ହେଉଛି।
ପ୍ରତିମାସ କୋଟିଏ ଟଙ୍କାର ରାଜସ୍ବ ସରକାରୀ ତହବିଲକୁ ନ ଯାଇ ସିଧାସଳଖ ଲିଜ୍ଧାରୀ ଠିକାସଂସ୍ଥାର ପକେଟକୁ ଯାଉଛି। ଲିଜ୍ଧାରୀ ବେଆଇନ୍ ଭାବେ ମନଇଚ୍ଛା ବିସ୍ଫୋରଣ କରି ପଥର ଉତ୍ତୋଳନ କରି ଚାଲିଛନ୍ତି। ରାଜଗାଙ୍ଗପୁର ତହସିଲର ରାଜଗାଙ୍ଗପୁର (୧), ରାଜଗାଙ୍ଗପୁର (୩), ରାଜଗାଙ୍ଗପୁର (୪), ଜଉରମାଳ (୧) ଓ ଜଉରମାଳ (୨), ଭାଗଟୋଲା, କାଂଶବାହାଲ, କୁଆରମୁଣ୍ଡା ତହସିଲର ଡୁମଗିରି ପଥର ଖାଦାନ (୩), ଲହୁଣିପଡା ତହସିଲର ଜମିରଡିହି, ଦଳେଇସରା, କୋଇଡା ତହସିଲର ତୋଡ଼ା ପଥର ଖାଦାନ ଓ ସିଆନବାହାଲ, ଠେଲାକୁଦର ପଥର ଖାଦାନ (୨)ର ବି ସେହି ସମାନସ୍ଥିତି। ଗୁରୁଣ୍ଡିଆ ତହସିଲର ବଡଭାଲୁତା ପଥର ଖାଦାନ, ଭାଲୁଡୁଙ୍ଗୁରି, ଖଣ୍ଡାପାଟ, ସାନମୁଷାପୋଷ (୧) ଓ (୨) ପଥର ଖାଦାନକୁ ଅନ୍ଲାଇନ୍ ଟିପି ମିଳିନି। ଏହା ସତ୍ତ୍ବେ ଏଠାରୁ ଦୈନିକ ଶହ ଶହ ଟ୍ରକ ପଥର ସିଧାସଳଖ କ୍ରସର ୟୁନିଟ୍କୁ ଯାଉଛି। ଏ ସଂପର୍କରେ ରାଉରକେଲା ଖଣି ଉପନିର୍ଦ୍ଦେଶକଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।
[ad_2]