ଅପରାଧ

ଜାଲ୍‌ ବିଲ୍‌ରେ ହରିଲୁଟ୍‌ ମାମଲା: ଫେରାର୍‌ ଭିଏଲ୍‌ଡବ୍ଲ୍ୟୁ ଗିରଫ – Kalinga News

[ad_1]

୩ବର୍ଷ ଜେଲ୍‌, ୨୦ ହଜାର ଜରିମାନା

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଉନ୍ନୟନମୂଳକ କାମରେ ଜାଲ୍‌ ବିଲ୍‌ କରି ‌ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ଫେରାର୍‌ ଥିବା ଭିଏଲ୍‌ଡବ୍ଲ୍ୟୁ କୃଷ୍ଣଚନ୍ଦ୍ର କୁଅଁରଙ୍କୁ ଶେଷରେ ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ଆଜି ତାଙ୍କୁ ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବିଚାରପତି ଏହି ମାମଲାର ଶୁଣାଣି କରି ତାଙ୍କୁ ୩ବର୍ଷ ଜେଲ୍‌ଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ମାସ ଜେଲ୍‌ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ରହିଛି। ତେବେ ପୂର୍ବରୁ ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତଥା ଏଡିଜେ-୩ ଏହି ମାମଲାର ବିଚାର କରି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ପାଢ଼ୀ ଓ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ସେଠୀଙ୍କୁ ୩ବର୍ଷ ଲେଖାଏଁ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ।

ସୂଚନା ମୁତାବକ, ଚଞ୍ଚକତା କରି କାର୍ତ୍ତିକେଶ୍ବର, ପ୍ରମୋଦ ଓ କୃଷ୍ଣଚନ୍ଦ୍ର ଭାପୁର ବ୍ଲକରେ ରାସ୍ତା କାମଠାରୁ ଆରମ୍ଭ କରି କୋଠା ନିର୍ମାଣ କାମ ଭଳି ବିଭିନ୍ନ ବ୍ଲକର ଉନ୍ନୟନମୂଳକ କାମରେ ଜାଲ୍‌ ବିଲ୍‌କରି ଲକ୍ଷ ଲକ୍ଷଟଙ୍କା ହଡ଼ପ କରୁଥି‌ଲେ। ଘଟଣା ବିଷୟରେ ଜଣାପଡ଼ିବା ପରେ ଭିଜିଲାନ୍ସ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା। ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଗତ ୩୦ ତାରିଖରେ କୋର୍ଟ ଉଭୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଏଥିରେ ସମ୍ପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କୁ ବାରମ୍ବାର ସମନ ପରେ ମଧ୍ୟ କୋର୍ଟରେ ହାଜର ହୋଇନଥିଲେ। ତେଣୁ ତାଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି କରାଯାଇଥିଲା। ସେ ଘରେ ଥିବା ଜଣାପଡ଼ିବା ପରେ ବୁଧବାର ଭିଜିଲାନ୍ସ ଟିମ୍‌ ନୟାଗଡ଼ ଓଡ଼ଗାଁ ସ୍ଥିତ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button