ଅପରାଧ

ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାଡ଼ରେ ଶିକ୍ଷୟିତ୍ରୀ ଆହତ: ବିଦ୍ୟାଳୟରେ ଫେସିଆଲ ପାଇଁ କରିଥିଲେ ବାରଣ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଉନ୍ନାଓର ଏକ ସ୍କୁଲର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲରେ ଥିବା ବେଳେ ଫେସିଆଲ କରୁଥିବା ଦେଖିବାକୁ ମିଳୁଛି। ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପରିଚୟ ସଂଗୀତା ସିଂହ ବୋଲି ଜଣାପଡ଼ିଛି।

ଏହି ଭିଡିଓକୁ ରେକର୍ଡ କରିଥିବା ଶିକ୍ଷୟିତ୍ରୀ ଅନମ ଖାନ ଥାନାରେ ଅଭିଯୋଗ କରି କହିଛନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା ସିଂହ ବିଦ୍ୟାଳୟରେ ଥିବା ରୋଷେଇ ଘରେ ବସି ଫେସିଆଲ କରୁଥିଲେ। ମୁଁ ତାଙ୍କୁ ବିରୋଧ କରି ପ୍ରମାଣ ରଖିବା ପାଇଁ ଯେତେବେଳେ ଏହି ଘଟଣାର ଭିଡିଓ ରେକର୍ଡ କରିବାକୁ ଚେଷ୍ଟା କଲି ସେ ମୋତେ ପାଖରେ ପଡ଼ିଥିବା ଏକ ଇଟାରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମୁଁ କ୍ଷତାକ୍ତ ବି ହୋଇଛି।’

 

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଇଓ କହିଥିବା ବେଳେ ଶିକ୍ଷୟିତ୍ରୀ ଅନମ ଖାନଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ  ବି ଆରମ୍ଭ କରିଛି।

ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଫେସିଆଲ କରିବା ସହିତ ଏହାକୁ ବିରୋଧ କରିଥିବା ଅନ୍ୟ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ଘଟଣାକୁ ଗମ୍ଭୀରତା ସହ ନେଇ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button