ଗୁଣି ସନ୍ଦେହରେ କାଠ ଫାଳିଆରେ ମାଡ଼, ଦୁଇ ମହିଳାଙ୍କ ସମେତ ୩ ଆହତ – Kalinga News

[ad_1]
ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ମୋଟାବାଡ଼ି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ନିଜ ସଂପର୍କୀୟଙ୍କ ଦ୍ବାରା କାଠଫାଳିଆ ଆକ୍ରମଣରେ ତିନିଜଣ ଆହତ ହୋଇଛନ୍ତି। ସେମାନେ ହେଲେ, ରାଧାମୋହନ ବେହେରା, ପତ୍ନୀ କସ୍ତୁରୀ ବେହେରା ଓ ବୋହୂ ରଶ୍ମିତା ବେହେରା।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ରାଧାମୋହନଙ୍କ ବଡ଼ଭାଇର ଝିଅ ଗର୍ଭବତୀ ଥିଲା। ତେବେ କୌଣସି କାରଣରୁ ତାଙ୍କ ଗର୍ଭ ନଷ୍ଟ ହୋଇଯାଇଥିଲା। ଫଳରେ ରାଧାମୋହନ ଗୁଣି କରିଥିବା ନେଇ ଭାଉଜ ରସମଞ୍ଜରୀ ବେହେରା, ପୁତୁରା ସତ୍ୟନାରାୟଣ ଓ ଝିଆରୀ କଇଁ ତାଙ୍କ ଉପରେ ସନ୍ଦେହ କରିଥିଲେ। ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ କଥା କଟାକଟିରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଆଜି ସକାଳେ ରାଧାମୋହନ ଏବଂ ତାଙ୍କ ପତ୍ନୀ ଓ ବୋହୂକୁ ସେମାନେ କାଠଫାଳିଆରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସମସ୍ତଙ୍କୁ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
[ad_2]