ଅପରାଧ

ଅହମ୍ମଦାବାଦର ଛଅରୁ ସାତୋଟି ବିଦ୍ୟାଳୟକୁ ଇମେଲ୍‌ ଜରିଆରେ ମିଳିଲା ବୋମା ଧମକ – Kalinga News

[ad_1]

ଅହମ୍ମଦାବାଦ୍‌: ସୋମବାର ଦିନ ଅହମ୍ମଦାବାଦର ଛଅରୁ ସାତୋଟି ବିଦ୍ୟାଳୟକୁ ବୋମା ମାଡ଼ କରି ଉଡ଼ାଇଦେବାକୁ ଧମକ ମିଳିଛି। ଏହି ଧମକ ଇ-ମେଲ୍‌ ଜରିଆରେ ବିଭିନ୍ନ ସ୍କୁଲ୍‌କୁ ମିଳିଛି ବୋଲି ପୁଲିସ୍‌ ସୂଚନା ଦେଇଛି। ଗତ ସପ୍ତାହରେ ଦିଲ୍ଲୀ-ଏନସିଆରର ୧୫୦ରୁ ଅଧିକ ସ୍କୁଲ ଏବଂ ଲକ୍ଷ୍ନୌର ଗୋଟିଏ ସ୍କୁଲ ବୋମା ମାଡ଼ର ଧମକ ଭରା ଇମେଲ ପାଇ ବହୁ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ। ଏବେ ଅହମ୍ମଦାମବାଦ୍‌ର ବିଭିନ୍ନ ସ୍କୁଲ୍‌କୁ ମିଳିଥିବା ଏହି ଧମକ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି।

ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ (ଡିପିଏସ୍) ଏବଂ ଅହମ୍ମଦାବାଦର ଆନନ୍ଦ ନିକେତନ ପରି ବିଦ୍ୟାଳୟଗୁଡିକୁ ଏହି ଧମକପୂର୍ଣ୍ଣ ଇ-ମେଲ୍‌ ମିଳିବା ପରେ ସେମାନେ କହିଛନ୍ତି ଯେ ସେମାନେ ବୋମା ଧମକ ନେଇ ଇ-ମେଲ ପାଇବା ପରେ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ ସହ ଏନେଇ  ଯୋଗାଯୋଗ କରିଛନ୍ତି। ପୁଲିସ୍‌ ଟିମ୍‌ ସ୍କୁଲ୍‌ଗୁଡ଼ିକରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମାକୁ ନିସ୍କ୍ରିୟ କରିବା ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ୍‌। ବାସ୍ତବରେ ସ୍କୁଲ୍‌ଗୁଡ଼ିକ‌ରେ ବୋମା ଅଛି କି ନାହିଁ ତାହ ଆଉ କିଛି ସମୟ ପରେ ଜଣାପଡ଼ିବ।

ପୁଲିସ୍ ଟିମ୍ ଧମକପୂର୍ଣ୍ଣ ଇମେଲଗୁଡିକ ବିଷୟରେ ସୂଚନା ପାଇବା ପରେ ବୋମା ସ୍କ୍ବାଡ୍‌ ସହିତ ସହରର ବିଭିନ୍ନ ବିଦ୍ୟାଳୟରେ ପହଞ୍ଚି ଖୋଳତାଢ଼ ଆରମ୍ଭ କରିଛି। ତେବେ ଏହା ପୂର୍ବରୁ ମେ ୧ ତାରିଖରେ ଦିଲ୍ଲୀ-ଏନସିଆରର ୧୫୦ରୁ ଅଧିକ ବିଦ୍ୟାଳୟକୁ ପଠାଯାଇଥିବା ବୋମା ଧମକ ଇମେଲଗୁଡିକ ମିଛ ବୋଲି ପ୍ରମାଣିତ ହୋଇସାରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button