ଘରୁ ଉଦ୍ଧାର ହେଲା ଅଭିନେତ୍ରୀଙ୍କ ପଚାଶଢ଼ା ମୃତଦେହ: ଜୀବନ ହାରିଥିବା ସନ୍ଦେହ – Kalinga News

[ad_1]
ନୂଆଦିଲ୍ଲୀ: ସିନେମା ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅଭିନେତ୍ରୀ କାଜୋଲଙ୍କ ସହିତ ୱେବସିରିଜ ‘ଦ ଟ୍ରାଏଲ’ରେ କାମ କରି ସାରିଥିବା ଅଭିନେତ୍ରୀ ତଥା କତର ଏୟାରୱେଜର ପୂର୍ବତନ ଏୟାର ହଷ୍ଟେସ ନୁର ମାଲାବିକା ଦାସଙ୍କର ମୃତଦେହକୁ ପୁଲିସ ତାଙ୍କ ବାସଭବନରୁ ଉଦ୍ଧାର କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାମୁତାବକ, ପଡ଼ିଶାଲୋକ ଅଭିନେତ୍ରୀ ନୁରୁଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପୁଲିସକୁ ନିକଟରେ ଖବର ଦେଇଥିଲେ। ଏହାପରେ ପୁଲିସ ଜୁନ ୬ ତାରିଖରେ ନୁର ମାଲାବିକାଙ୍କ ଘରେ ପହଞ୍ଚିଥିଲା। ଘର ଭିତରକୁ ଯାଇ ନୁର ମାଲାବିକାଙ୍କ ଅବସ୍ଥା ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା।
କାରଣ ଶୋଇବା ଘର ଫଙ୍ଖାରେ ନୁରୁଙ୍କ ପଚାଶଢ଼ା ମୃତଦେହ ଝୁଲି ରହିଥିଲା। ଏହାପରେ ନୁରୁଙ୍କ ମୃତଦେହ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ପରିବାରଲୋକଙ୍କୁ ସମ୍ପର୍କ କରିଥିଲା।
ଆଶ୍ଚର୍ଯ୍ୟର କଥା ନୁରଙ୍କ ପରିବାରଲୋକଙ୍କ ସହିତ ପୁଲିସର ଯୋଗାଯୋଗ ହୋଇଥିଲେ ହେଁ ଅଭିନେତ୍ରୀଙ୍କ ପରିବାରର କୌଣସି ସଦସ୍ୟ ଝିଅର ମୃତଦେହ ନେବାକୁ ଆସି ନଥିଲେ। ଶେଷରେ ପୁଲିସ ନୁରଙ୍କ ବ୍ୟବଚ୍ଛେଦ ପରେ ଏକ ଏନଜିଓ ସାହାଯ୍ୟରେ ଅନ୍ତିମ ସଂସ୍କାର କରି ଦେଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ନୁର ତାଙ୍କ କୋଠରିରେ ଜୀବନ ହାରି ଦେଇଛନ୍ତି। ହେଲେ ସେ କେବେ ଆତ୍ମହତ୍ୟା କରିଥିଲେ ତାହା ଖବର ଲେଖା ହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ମାଲାବିକାଙ୍କର ପୈତୃକ ଘର ଆସାମ । ସେ ଅନେକ ହିନ୍ଦୀ ସିନେମା ଓ ୱେବ୍ ସିରିଜରେ କାମ କରିଛନ୍ତି । ଏହି ସିନେମା ମଧ୍ୟରେ ସିସାକିୟାଁ, ତିଖୀ ଚଟନୀ, ଜଘନ୍ୟ ଉପାୟ, ଚରମସୁଖ ଭଳି ସିନେମା ଓ କିଛି ୱେବ୍ ସିରିଜରେ କାମକରି ଲୋକଲୋଚନକୁ ଆସିଥିଲେ ।
[ad_2]