ଯୁବକଙ୍କୁ ତଣ୍ଟି କାଟି ହତ୍ୟା: କମ୍ବଳ ତଳୁ ମୃତଦେହ ଜବତ – Kalinga News
[ad_1]
ବାଲିଅନ୍ତା: ଆଜି ରାତିରେ ବାଲିଅନ୍ତା ଥାନା ପୁଲିସ ବାଳକାଟି ଫାଣ୍ଡି ଅନ୍ତର୍ଗତ ସାଗୁଆ ଗ୍ରାମରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ବିପିନ ବିହାରୀ ନାୟକଙ୍କ ବଡ଼ପୁଅ ବିଶ୍ବଜିତ ନାୟକ(୪୩) ଓରଫ ବାବୁ। ବାବୁଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତାଙ୍କ ତଣ୍ଟିକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦିଆଯିବା ପରେ ମୃତଦେହକୁ କମ୍ବଳ ଘୋଡ଼ାଇ ରଖାଯାଇଛି। ଏହି ଅଘଟଣ ପ୍ରାୟ ୨ ଦିନ ତଳେ ଘଟିଥିବା ଅନୁମାନ କରାଯାଉଛି। ହତ୍ୟାକାରୀ କିଏ ଓ କ’ଣ ପାଇଁ ବାବୁଙ୍କୁ ହତ୍ୟା କରିଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ମୃତଦେହକୁ ଜଗିରହିଛି ଏବଂ ଆସନ୍ତାକାଲି ସକାଳେ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ମୃତଦେହର ପଞ୍ଚନାମା କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଘଟଣା ପଦାକୁ ଆସିବା ପରେ ସାଗୁଆ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାବୁ ଅଧିକାଂଶ ସମୟରେ ଭୁବନେଶ୍ବରରେ ରହୁଥିଲେ। ଗତ ଦୁଇ ଦିନ ତଳେ ସେ ଗାଁକୁ ଆସିଥିଲେ। ଗାଁରେ ଏକ ଅଲଗା ଘର କରି ଏକାକୀ ରହୁଥିଲେ। ତେଣୁ ଗାଁରେ ଥିଲେ ବି ତାଙ୍କ ବାପା ବିପିନ ଏ ବାବଦରେ କିଛି ଜାଣିପାରିନଥିଲେ। ଆଜି ବାବୁଙ୍କ ସାନ ଭାଇ ରଞ୍ଜିତ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ବାବୁ କୌଣସି ଜବାବ ଦେଇନଥିଲେ। ତେଣୁ ରଞ୍ଜିତ ସନ୍ଦେହ କରି ସାନ ମା’ଙ୍କ ପୁଅ ନଟିଆକୁ ବାବୁଙ୍କ ଖବର ବୁଝିବାକୁ କହିଥିଲେ। ନଟିଆ ଆଜି ସନ୍ଧ୍ୟାରେ ବାବୁଙ୍କ ଘରକୁ ଯିବା ବେଳକୁ ଘର ଅନ୍ଧାର ଥିବା ଦେଖିଥିଲେ। ଭିତରୁ ଦୁର୍ଗନ୍ଧ ଆସୁଥିବାରୁ ନଟିଆଙ୍କର ସନ୍ଦେହ ବଢ଼ିଥିଲା। ସେ ଝରକା ବାଟେ ଟର୍ଚ୍ଚ ଲାଇଟ୍ରେ କମ୍ବଳ ତଳେ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖି ତୁରନ୍ତ ରଞ୍ଜିତଙ୍କୁ ଫୋନ୍ କରିଥିଲେ। ଖବର ପାଇ ଭୁବନେଶ୍ବରରୁ ଯାଇ ରଞ୍ଜିତ ଗାଁରେ ପହଞ୍ଚିବା ସହ ବାଲିଅନ୍ତା ଥାନା ପୁଲିସକୁ ଜଣାଇଥିଲେ।
ସୂଚନାନୁସାରେ ବାବୁଙ୍କ ବାପା ବିପିନ ବିହାରୀଙ୍କର ଦୁଇଟି ପତ୍ନୀ। ପ୍ରଥମ ପତ୍ନୀ ନିଶାମଣିଙ୍କ ଦୁଇ ପୁଅ ବିଶ୍ବଜିତ ଓ ରଞ୍ଜିତ। ବିଶ୍ବଜିତ ବିବାହିତ। ଭିଏସ୍ଏସ୍ନଗରରେ ତାଙ୍କର ଏକ ହୋଟେଲ ରହିଛି। ବିଶ୍ବଜିତଙ୍କ ମା’ ପୁରୀରେ ରହୁଥିବା ବେଳେ ରଞ୍ଜିତ ଧାମରାରେ ଚାକିରି କରିଛନ୍ତି। ବିଶ୍ବଜିତଙ୍କର ୧୪ ବର୍ଷର ପୁଅ ହଷ୍ଟେଲରେ ରହୁଛି। ଗତବର୍ଷ ତାଙ୍କ ପତ୍ନୀ ଜଣେ ମୁସଲିମ୍ ଯୁବକଙ୍କୁ ଭଲ ପାଇ ଘର ଛାଡ଼ିଦେଇଛନ୍ତି। ତେଣୁ ମୃତ ବାବୁଙ୍କ ହତ୍ୟା ପଛରେ କିଛି ବଡ଼ଧରଣର ରହସ୍ୟ ଥିବା ଚର୍ଚ୍ଚା ହେଉଛି।
[ad_2]