ଅପରାଧ

ମୋ ଭାଇକୁ ବିଷ ଦେଇ ହତ୍ୟା କରାଯାଇଥିବାର ସମୟ ଆସିଲେ ପ୍ରମାଣ ଦେବି: ଗ୍ୟାଙ୍ଗଷ୍ଟରର ଭାଇ – Kalinga News

[ad_1]

ଗାଜିପୁର: ଗତଗୁରୁବାର ରାତିରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଉତ୍ତରପ୍ରଦେଶର ୬୦ ବର୍ଷୀୟ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର ଅନସାରୀର କଡ଼ା ସୁରକ୍ଷା ମଧ୍ୟରେ ଗାଜିପୁରରେ ଅନ୍ତିମ ସଂସ୍କାର ହୋଇଯାଇଛି।

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଗୁରୁବାର ରାତିରେ ବାନ୍ଦା ଜେଲ୍‌ରେ ହୃଦଘାତରେ ମୃତ୍ୟୁକୁ ନେଇ ବଡ଼ ଧରଣର ବିବାଦ ହୋଇଛି। ମୁଖତାରକୁ ବିଷ ଦେଇ ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଏହାକୁ ନେଇ ଉତ୍ତେଜନା ବଢ଼ିଛି।

ମୁଖତାରଙ୍କ ଭାଇ ତଥା ସାଂସଦ ଅଫଜାଲ ଅନସାରୀ ବି ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି, ‘ମାର୍ଚ୍ଚ ୨୬ ତାରିଖରେ ମୁଖତାରକୁ ବାନ୍ଦା ଜିଲ୍ଲା ମେଡିକାଲ କଲେଜକୁ ପଠାଯାଇଥିଲା। ଭାଇକୁ ଭେଟିବା ପାଇଁ ଆମେ ଯେତେବେ‌ଳେ ହସ୍ପିଟାଲ ଯାଇଥିଲୁ ଅନେକ ଚେଷ୍ଟା ପରେ ମାତ୍ର ୫ମିନିଟ ଭେଟ କରିବାକୁ ଦିଆଯାଇଥିଲା।

ମୁଁ ଦାବିର ସହ କହିବି କି ତାକୁ ସେହି ସମୟରେ ବିଷ ଦିଆଯାଇଥିଲା ଯେଉଁ କାରଣରୁ ସେ ଅଚେତ ଅବସ୍ଥାରେ ପଡ଼ି ରହିଥିଲା। ଭାଇକୁ ବହୁତ ଯନ୍ତ୍ରଣା ହେଉଥିବା ଆମେ ଅନୁଭବ କରିଥିଲୁ। ପୁଲିସକୁ ଆମେ ଭାଇକୁ ହସ୍ପିଟାଲ ନେବାର କାରଣ ପଚାରିବାରୁ ସେ କହିଥିଲା ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନେ ଭାଇକୁ ହସ୍ପିଟାଲ ଆଣିଛନ୍ତି।

ସମୟ ଆସିଲେ ମୁଁ ପ୍ରମାଣ ଦେବି। ଭାଇ ମୁଖତାର ଅନସାରୀକୁ ଜେଲ ଭିତରେ ବିଷ ଦେଇ ହତ୍ୟାା କରାଯାଇଥିବାର ମୋ ପାଖରେ ଯଥେଷ୍ଟ ପ୍ରମାଣ ଅଛି। ସରକାର କିଛି ଅପରାଧୀଙ୍କୁ ବଞ୍ଚାଇବା ପାଇଁ ଏଭଳି ଏକ ଷଡଯନ୍ତ୍ର ରଚିଛି। ପ୍ରମାଣ ଦେଇ ମୁଁ ସମସ୍ତଙ୍କ ଅସଲ ମୁଖା ଖୋଲିଦେବି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button