ଅପରାଧ
କେନ୍ଦୁଝରର ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡି ତାଡ଼ି ଟଙ୍କା ଲୁଟିନେଲେ ଦୃର୍ବୃତ୍ତ – Kalinga News

[ad_1]
କେନ୍ଦୁଝର: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ମଧ୍ୟରାତ୍ରରେ ହୁଣ୍ଡି ତାଡ଼ି ସେଥିରେ ଥିବା ଟଙ୍କା ଏଵଂ ଅନ୍ୟ ଦାନ ସାମଗ୍ରୀ ନେଇଗଲେ ଦୃର୍ବୃତ୍ତ। ମନ୍ଦିର ପ୍ରବେଶ ଦ୍ଵାର ମୁଁହରେ ଥିବା ହୁଣ୍ଡି ତାଡ଼ି ଟଙ୍କା ସବୁ ନେଇଯାଇଥିବା ବେଳେ ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁ ଫିଙ୍ଗି ପକାଇ ଦେଇକି ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ରଥଯାତ୍ରା ପରଠୁ ହୁଣ୍ଡି ଖୋଲା ଯାଇନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ ସିସିଟିଭି ଲାଗିଥିବା ବେଳେ ଏହା କାର୍ଯ୍ୟ କରୁନଥିବା ଜଣାପଡ଼ିଛି।
[ad_2]




