ମନୋରଞ୍ଜନ

ଦ୍ବିତୀୟ ପତ୍ନୀ କିରଣଙ୍କୁ ଆମୀର ଚୁମ୍ବନ ଦେବା ପରେ ପ୍ରଥମ ପତ୍ନୀ ରୀନାଙ୍କ ହାତ ଧରିଥିବାର ଆସିଲେ ନଜର – Kalinga News

[ad_1]

ମୁମ୍ବାଇ:  ଗତ ଜାନୁଆରି ୩ ତାରିଖରେ ଅତି ସାଧାରଣ ଭାବେ ବିବାହ (କୋର୍ଟ ମ୍ୟାରେଜ) କରିଥିଲେ ଆମୀରଙ୍କ ଝିଅ ଇରା ଖାନ୍‌ ଓ ଜ୍ବାଇଁ ନୁପୂର ଶିଖର। ଆଜି ସେମାନଙ୍କର ଗ୍ରାଣ୍ଡ୍‌ ରିସେପ୍‌ସନ। ଏହାରି ମଧ୍ୟରେ ଏକ ସୁନ୍ଦର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଫଟୋରେ ଆମୀର ତାଙ୍କ ପୂର୍ବ ପତ୍ନୀ ରୀନା ଦତ୍ତଙ୍କ ହାତ ଧରିଥିବାର ନଜର ଆସିଛନ୍ତି।

ଉଭୟ ପତି-ପତ୍ନୀ ଝିଅ ଇରା ସହ ବି ଛିଡ଼ା ହୋଇ ଅନେକ ପୋଜ୍‌ ଦେଇ ଫଟୋ ଉଠାଇଛନ୍ତି। ବିବାହରେ ଆମୀରଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଖିବାକୁ ମିଳିିଛି। ଆମୀରଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତ, ପୁଅ ଜୁନୈଦ, ଦ୍ବିତୀୟ ପତ୍ନୀ କିରଣ ରାଓ ଓ ପୁଅ ଆଜାଦ୍‌ ଆଦି ସମସ୍ତଙ୍କୁ ରିସେପ୍‌ସନରେ ଦେଖିବାକୁ ମିଳିଛି। ଭାଇରାଲ୍‌ ଫଟୋରେ ଆମୀର ଓ ରୀନା ପରସ୍ପରଙ୍କ ହାତ ଧରା ଧରି ହୋଇ ଝିଅ ଆଡ଼କୁ ଚାହିଁ ରହିଛନ୍ତି। ରୀନାଙ୍କ ମୁହଁରେ ସୁନ୍ଦର ହସ ଦେଖିବାକୁ ମିଳିଛି।

ଶନିବାର ଦିନ ଏକ ଗ୍ରାଣ୍ଡ୍‌ ରିସେପ୍‌ସନ ପାର୍ଟି ସହିତ ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ଓ ଜ୍ବାଇଁ ନୁପୂର ଶିଖରଙ୍କ ବବାହ ଉତ୍ସବ ଶେଷ ହୋଇଛି। ରିସେପ୍‌ସନ ପୂର୍ବରୁ ଇରାଙ୍କ ବାପା ତଥା ଅଭିନେତା ଆମୀର ଖାନ୍‌ଙ୍କୁ ଗୁରୁବାର ଦିନ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଜାଣିବାକୁ ମିଳିିଛି ଯେ ଆମୀ‌ର ଦିଲ୍ଲୀ କିଛି ବିଶିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ। ସୋସିଆଲ ମିଡିଆରେ ତାଙ୍କ ଦିଲ୍ଲୀ ଗସ୍ତର ଅନେକ ଫଟୋ ଓ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଝିଅ ବାହାଘର ଦିନ ଦ୍ବିତୀୟ ପତ୍ନୀଙ୍କୁ କିରଣଙ୍କୁ ଆମୀର ଚୁମ୍ବନ ଦେଇଥିବାର ଦେଖିବାକୁ ମିଳିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button