ଅପରାଧ

ଟିପିଡବ୍ଲ୍ୟୁଓଡିଏଲ୍‌ କାର୍ଯ୍ୟାଳୟରୁ ଚୋରି କରିଥିଲେ, ବନ୍ଧାହେଲେ ୩ ଅଭିଯୁକ୍ତ – Kalinga News

[ad_1]

ରାଉରକେଲା: ବାସନ୍ତୀକଲୋନିରେ ଥିବା ଟିପିଡବ୍ଲ୍ୟୁଓଡିଏଲ୍‌ କାର୍ଯ୍ୟାଳୟରୁ ବହୁ ପରିମାଣର ଇଲେକ୍ଟ୍ରିକ୍‌ ତାର ଚୋରି ହୋଇଯାଇଥିଲା। ଏହି ମାମଲାରେ ଉଦିତନଗର ପୁଲିସ ଆଜି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଫର୍ଟିଲାଇଜର୍‌ର ବିକାଶ ପାତ୍ର(୨୨), ଛେଣ୍ଡ୍‌ର ସୂର୍ଯ୍ୟକାନ୍ତ ରାଉତରାୟ(୧୯) ଓ ଲେବର୍‌ ଟେନାମେଣ୍ଟ୍‌ର ଅଙ୍କିତ ନାଏକ(୨୦)।

ପୁଲିସ ଚୋରିହୋଇଥିବା ଇଲେକ୍ଟ୍ରେିକ୍‌ ତାର ଓ ଚୋରାଚାଲାଣରେ ବ୍ୟବହୃତ ପିକ୍‌ଅପ୍‌ ଭ୍ୟାନକୁ ଜବତ କରିଛି। ଉଲ୍ଲେଖଯୋଗ୍ୟ, ଗତ ୩୧ ତାରିଖ ମଧ୍ୟରାତ୍ରିର ଘଟଣା। ତିନି ଅଭିଯୁକ୍ତ ଏକ ପିକ୍‌ଅପ୍‌ ଭ୍ୟାନ୍‌ନେଇ ଟିପିଡବ୍ଲ୍ୟୁଓଡିଏଲ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବହୁମୂଲ୍ୟ ବିଦ୍ୟୁତ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button