ଅପରାଧ

ରାମମନ୍ଦିର ପରିସରରେ ଡିୟୁଟିରେ ଥିବା କମାଣ୍ଡୋଙ୍କ ଛାତିରେ ଫୁଟିଲା ଗୁଳି – Kalinga News

[ad_1]

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲି ଶେଷ ହୋଇଯାଇଛି। ଏହାପରେ ବି ସାରାଅଯୋଧ୍ୟା ଉତ୍ସବମୁଖର ରହିଛି। ଏହି ଅବସରରେ ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ବି ଖୁବ ଜମୁଛି। ଏଭଳି ସମୟରେ ରାମମନ୍ଦିର ପରିସରରେ ଗୁଳି ଫୁଟିବା ହେତୁ ଭକ୍ତଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଏହି ଗୁଳିରେ ଡିୟୁଟିରେ ଥିବା ଜଣେ ପିଏସସି କମାଣ୍ଡୋ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ହଠାତ ରାମମନ୍ଦିର ପରିସରରେ ଗୁଳିଫୁଟିବା ଶବ୍ଦ ଶୁଣି ପୁଲିସ ଓ ସୁରକ୍ଷାକର୍ମଚାରୀ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ପହଞ୍ଚିବା ପରେ ସେମାନେ ୩୨ତମ ବାଟାଲିଆନର ପିଏସି କମାଣ୍ଡୋ ରାମପ୍ରସାଦଙ୍କ ଛାତିରେ ଗୁଳି ବାଜିଥିବା ଦେଖିବାକୁ ପାଇଥିଲେ।

ଏସପି ପଙ୍କଜ ପାଣ୍ଡେ ତୁରନ୍ତ ରାମପ୍ରସାଦଙ୍କୁ ଶ୍ରୀରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରୁ ଡାକ୍ତର କମାଣ୍ଡୋଙ୍କୁ ଦର୍ଶନ ନଗର ମେଡିକାଲ କଲେଜକୁ ସ୍ଥାନାନ୍ତର କରିଦେଇଥିଲେ। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଦେଖି ଡାକ୍ତର ଅଧିକ ଚିକିତ୍ସା ପାଇଁ ରାଜପ୍ରସାଦଙ୍କୁ ଲକ୍ଷ୍ମୌର ଟ୍ରାମା ସେଣ୍ଟରକୁ ପଠାଇ ଦେଇଥିଲେ।

ଏକ୍ସ-ରେରୁ ଜଣାପଡ଼ିଛି ଗୁଳି ରାମପ୍ରସାଦଙ୍କ ଛାତିର ବାମାପାର୍ଶ୍ବରେ ବାଜିଥିଲା। ତେବେ କମାଣ୍ଡୋ ରାଜପ୍ରସାଦ ରାମମନ୍ଦିର ପରିସରରେ ଡିୟୁଟିରେ ଥିଲେ। ଏହି ସମୟରେ ସେ ତାଙ୍କର ଏକେ-୪୭ ରାଇଫଲ ସଫା କରୁଥିଲେ। ଏତିକିବେଳେ ଅସାବଧାନତାବଶତଃ ଗୁଳି ଫୁଟି ଯାଇଥିଲା ଯାହାକି ତାଙ୍କ ବାମପାର୍ଶ୍ବ ଛାତିରେ ବାଜିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button