୨୦୨୨ରେ ଥିଲା ମାତ୍ର ୩୦କୋଟି, କେଜିଏଫ୍ ପରେ ଏତେ କୋଟି ହେଲା ୟଶଙ୍କ ସମ୍ପତ୍ତି – Kalinga News

[ad_1]
ମୁମ୍ବାଇ: ‘କେଜିଏଫ୍-୨’ ରିଲିଜ୍ ହେବା ପରେ କନ୍ନଡ ଅଭିନେତା ୟଶ୍ଙ୍କ ଚାହିଦା ଖୁବ ଅଧିକ ବଢ଼ିଛି। ଏବେ ଅନେକ ବଡ଼ ବଜେଟ ଫିଲ୍ମର ଅଫର ତାଙ୍କ ପାଖକୁ ଆସୁଥିବା ବେଳେ ନିଜର ପାରିଶ୍ରମିକ ବଢ଼ାଇଛନ୍ତି ରକିଂ ଷ୍ଟାର ୟଶ। ଆଗକୁ ତାଙ୍କର ଫିଲ୍ମ ‘କେଜିଏଫ୍-୩’ ଓ ‘ଟକ୍ସିକ୍’ ଆସିବାକୁ ଯାଉଥିବା ବେଳେ ଏବେ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ଅଭିନେତା ଫିଲ୍ମ ବ୍ୟତୀତ ବିଭିନ୍ନ ବିଜ୍ଞାପନ ଓ ବ୍ୟବସାୟରେ ନିବେଶ କରି ଟଙ୍କା ଆୟ କରନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଯଦି ଆମେ ତାଙ୍କ ମୋଟ ସମ୍ପତ୍ତି ଦେଖିବାକୁ ଯିବା, ତେବେ ସେ ୫୩କୋଟି ଟଙ୍କାର ମାଲିକ ଅଟନ୍ତି। କେଜିଏଫ୍ ପୂର୍ବରୁ ତାଙ୍କର ଲୋକପ୍ରିୟତା କମ ଥିବାରୁ ସେ ‘କେଜିଏଫ୍’ ପାଇଁ ମାତ୍ର ୨୫କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ। ହେଲେ କେଜିଏଫ୍ ପରେ ସେ ନିଜର ପାରିଶ୍ରମିକ ବଢ଼ାଇଛନ୍ତି।
୨୦୨୨ରୁ ୨୦୨୩ ମଧ୍ୟରେ ତାଙ୍କର ସମ୍ପତ୍ତି ବହୁତ ଅଧିକ ବଢ଼ିଥିବା ଜଣାଯାଇଛି। ୨୦୨୨ରେ ସେ ମାତ୍ର ୩୦କୋଟିର ମାଲିକ ଥିବା ବେଳେ ୨୦୨୩ରେ ଏହା ୫୩କୋଟିକୁ ବୃଦ୍ଧି ପାଇଥିଲା। ଆଗାମୀ ଫିଲ୍ମର ସଫଳତା ସହିତ ୟଶଙ୍କ ଆୟ ଓ ସମ୍ପତ୍ତି ଆହୁରି ବଢ଼ିବ ନିଶ୍ଚୟ।
ୟଶଙ୍କ ପାଖରେ ମର୍ସେଡିଜ୍ ବେଞ୍ଜ, ରେଞ୍ଜ ଓଭର ଓ ଅଡି ଭଳି ବିଳାସପୂର୍ଣ୍ଣ କାର୍ ରହିଛି। ଫିଲ୍ମ ବ୍ୟତୀତ ୟଶ ବିଭିନ୍ନ ବିଜ୍ଞାପନରୁ ମଧ୍ୟ ଟଙ୍କା ଆୟ କରନ୍ତି। କେଜିଏଫ ପରେ ଏବେ ତାଙ୍କୁ ଅନେକ ବ୍ରାଣ୍ଡର ବିଜ୍ଞାପନ ପାଇଁ ଅଫର ମିଳୁଛି।
[ad_2]