ସ୍ବାତୀ ମାଲିୱାଲ୍ଙ୍କ ମାମଲାରେ ମହିଳା ପ୍ୟାନେଲ୍ରୁ ବିଭବଙ୍କୁ ମିଳିଲା ସମନ – Kalinga News

[ad_1]
ନୂଆଦିଲ୍ଳୀ: ଆମ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ୍ଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଅଭିଯୁକ୍ତ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାରଙ୍କୁ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ସମନ ପଠାଇଛି। ଏହି ମାମଲାରେ ମହିଳା ପ୍ୟାନେଲ୍ ପକ୍ଷରୁ କୁମାରଙ୍କୁ ମେ ୧୭ ତାରିଖ ଦିନ ୧୧ଟା ସମୟରେ ହାଜର ହେବାକୁ କୁହାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ଦିନ ବିଭବ କୁମାରଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବାକୁ ମିଳିଥିଲା। ସୋମବାର ଦିନ ଆପ୍ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ଅଭିଯୋଗ କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଜଣେ ବ୍ୟକ୍ତିଗତ କର୍ମଚାରୀ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଖରାପ ବ୍ୟବହାର କରିଥିଲେ।
ତେବେ ଏହାକୁ ନେଇ ପୁଲିସ କହିଛି ଯେ ଏ ସଂପର୍କରେ ମାଲିୱାଲଙ୍କଠାରୁ କୌଣସି ଆନୁଷ୍ଠାନିକ ଅଭିଯୋଗ ଆସିନାହିଁ। ପୁଲିସ୍ କହିବା ମୁତାବକ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କୁ ଖରାପ ବ୍ୟବହାର କରାଯାଇଛି ବୋଲି ଜଣେ ମହିଳାଙ୍କ ଠାରୁ ସକାଳ ୯.୩୪ ରେ ଏକ କଲ୍ ମିଳିଥିଲା।
ଏହି ସମୟରେ ବିଜେପି ନେତା ତାଜିନ୍ଦର ବାଗ ଅରବିନ୍ଦ କେଜ୍ରିୱାଲଙ୍କୁ ନିନ୍ଦା କରିବା ସହ ସ୍ବାମୀ ମାଲିୱାଲଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବିଭବ କୁମାରଙ୍କୁ ଦଣ୍ଡିତ କରିବା ବିଷୟରେ ତାଙ୍କୁ ପ୍ରଶ୍ନ କରିଛନ୍ତି।
ସେ ଏକ ଏକ୍ସ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି ଯେ ‘‘ସଞ୍ଜୟ ସିଂହ କହୁଥିଲେ ଯେ ଆପଣ ବିଭବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କିନ୍ତୁ ଆପଣମାନେ ତ ତାଙ୍କୁ ସାଙ୍ଗରେ ନେଇ ସମଗ୍ର ଦେଶ ଭ୍ରମଣ କରୁଛନ୍ତି।’’
[ad_2]