ଅପରାଧ

୨୦୦ କୋଟି ନେଇ ୨ ଅର୍ଥଲଗାଣକାରୀ ସଂସ୍ଥା ଛୁ – Kalinga News

[ad_1]

ସୋର: ଅତୀତରେ ଏକାଧିକ ଅର୍ଥଲଗାଣକାରୀ ଚିଟ୍‌ଫଣ୍ଡ ସଂସ୍ଥା ବାଲେଶ୍ବର ଲୋକଙ୍କଠାରୁ ଶହ ଶହ କୋଟି ଟଙ୍କା ଠକି ନେଇଛନ୍ତି। ତଥାପି ଲୋକେ ଚେତିଲେନି। ସୋର ଅଞ୍ଚଳରେ ଗଢ଼ି ଉଠିଥିବା ଦୁଇଟି ସଂସ୍ଥା ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କଠୁ ପ୍ରାୟ ୨୦୦ କୋଟି ଟଙ୍କା ସଂଗ୍ରହ କରିଥିଲେ। ଯେଉଁ ଟଙ୍କା ନେଇ ସେଗୁଡ଼ିକ ଛୁ’ ମାରିଥିବା ଅଭିଯୋଗ ହୋଇଛି। ଗୋଟିଏ ସଂସ୍ଥା ମାସେ ତଳେ ଉଭାନ୍‌ ହୋଇଯାଇଥିବା ବେଳେ ଅନ୍ୟ ସଂସ୍ଥାଟି ୩ ଦିନ ତଳେ ଗାଏବ୍‌ ହୋଇଯାଇଛି। ସୂଚନା ଅନୁସାରେ; ବାଲେଶ୍ବରରେ ଅନେକ ଛୋଟବଡ଼ ଅର୍ଥଲଗାଣକାରୀ ଚିଟ୍‌ଫଣ୍ଡ ସଂସ୍ଥା ଖୋଲିଥିଲା। ଯେଉଁ ସାଂସ୍ଥାଗୁଡ଼ିକ ଆଶାତୀତ ସୁଧର ଲୋଭ ଦେଖାଇ ଜିଲ୍ଲାର ଲୋକମାନଙ୍କଠାରୁ ଶହ ଶହ କୋଟି ଟଙ୍କା ସଂଗ୍ରହ କରିଥିଲେ। ହେଲେ ପ୍ରତିଶ୍ରୁତି ଅନୁସାରେ ସଂସ୍ଥାଗୁଡ଼ିକ ଜମାକାରୀଙ୍କୁ ଟଙ୍କା ଫେରାଇ ନଥିଲେ। ଫଳରେ ଅଭିଯୋଗ ଆଧାରରେ ୨୦୧୩-୧୪ ମସିହା ବେଳକୁ ଗୋଟିଏ ପରେ ଗୋଟିଏ ସଂସ୍ଥା ଉପରେ ପୁଲିସ ଓ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଚଢ଼ଉ ହେଲା। ଏତିକିବେଳେ ଅନେକ ସଂସ୍ଥା ଜମାଟଙ୍କା ନେଇ ଉଭାନ୍‌ ହୋଇଯାଇଥିଲେ। ଫଳରେ ଜମାକାରୀମାନେ ସେମାନଙ୍କ କଷ୍ଟାର୍ଜିତ ଟଙ୍କା ହରାଇଲେ। ବାଲେଶ୍ବରବାସୀଙ୍କୁ ଏଥିରୁ ଶିକ୍ଷା ମିଳିବ ବୋଲି ଆଶା କରାଯାଉଥିଲା। ଦୁର୍ଭାଗ୍ୟର କଥା; କେହି କିଛି ଶିଖିଲେନି।

ସୋରରେ ଖୋଲିଥିବା ଦୁଇଟି ଅର୍ଥଲଗାଣକାରୀ ଚିଟ୍‌ଫଣ୍ଡ ସଂସ୍ଥାରେ ଲୋକେ ପୁଣି ଟଙ୍କା ଜମା କଲେ। ଅଧିକ ଲାଭର ଲୋଭ ଦେଖାଇ ଉଭୟ ସଂସ୍ଥା ଏଜେଣ୍ଟମାନଙ୍କ ଜରିଆରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ପ୍ରାୟ ୨୦୦ କୋଟି ଟଙ୍କା ସଂଗ୍ରହ କରିଥିଲେ। ସୋର ପୌରାଞ୍ଚଳ ଷ୍ଟେସନ୍‌ ଛକ ନିକଟରେ କାର୍ଯ୍ୟାଳୟ ଖୋଲିଥିବା ଏଲ୍‌ଏଫ୍‌ଏସ୍‌ ବ୍ରୋକିଂ ନାମକ ସଂସ୍ଥା ପ୍ରାୟ ୧୫୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିବା ବେଳେ ସୋର ଉତ୍ତରେଶ୍ୱର ଛକ ନିକଟରେ କାର୍ଯ୍ୟାଳୟ ଖୋଲିଥିବା କୁଇକ୍‌-୨୪ ନାମକ ସଂସ୍ଥା ପ୍ରାୟ ୫୦ କୋଟି ଟଙ୍କା ସଂଗ୍ରହ କରିଥିଲା। ହେଲେ ଉଭୟ ସଂସ୍ଥା ସର୍ତ୍ତ ଅନୁସାରେ ଜମାକାରୀଙ୍କ ଟଙ୍କା ଫେରାଇ ନଥିଲେ। ଯାହାକୁ ନେଇ ସେମାନେ ତାତିଥିଲେ। ଏକାଧିକ ମାମଲା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ତେଣୁ ବନ୍ଧା ହେବା ଭୟରେ କୁଇକ୍‌-୨୪ ମାସେ ତଳେ ଅଫିସ୍‌ ବନ୍ଦ କରି ରାତାରାତି ଉଭାନ୍‌ ହୋଇଯାଇଥିଲା। ଆଉ ଏବେ; ୩ ଦିନ ତଳେ ଏଲ୍‌ଏଫ୍‌ଏସ୍‌ ବ୍ରୋକିଂ ମଧ୍ୟ ଅଫିସ୍‌ ବନ୍ଦ କରି ପଳାଇଛି। ତେବେ ଏପରି ସମୟରେ ଜମାକାରୀମାନେ ଚିନ୍ତାରେ ପଡ଼ିଛନ୍ତି। ସେମାନେ ଜମାଟଙ୍କା କିପରି ଫେରିପାଇବେ, ସେନେଇ ଭାଳି ହେଉଛନ୍ତି। ଘଟଣା ବାବଦରେ ସୋର ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ଚିଟ୍‌ଫଣ୍ଡ ଠକେଇ ନେଇ ଏଯାଏ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ଅଭିଯୋଗ ହେଲେ ତଦନ୍ତ କରାଯିବ ବୋଲି କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button