ଅପରାଧ

ପୂର୍ବତନ ବିଧାୟକଙ୍କ ଘରେ ‘ଇଡି’ ଚଢ଼ଉ; ମିଳିଲା ୧୦୦ ବୋତଲ ମଦ, ୩୦୦ ଗୁଳି ଓ ୫ କୋଟି ନଗଦ ଟଙ୍କା   – Kalinga News

[ad_1]

ନୂଆଦିଲ୍ଲୀ: ‘ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଲୋକ ଦଳ’ର (ଆଇଏନ୍‌ଏଲ୍‌ଡି) ପୂର୍ବତନ ବିଧାୟକ ଦିଲ୍‌ବାଗ୍‌ ସିଂହଙ୍କ ଘରେ ଚଢ଼ଉ ବେଳେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ବେଆଇନ ବିଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର, ପ୍ରାୟ ୩୦୦ ଗୁଳି, ୧୦୦ରୁ ଅଧିକ ବୋତଲ ମଦ, ନଗଦ ୫ କୋଟି ଟଙ୍କା ଓ ୫ କିଲୋ ସୁନାରୁପା ଜବତ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ବେଆଇନ ଖଣି ମାମଲା ଓ ଇ-କନ୍‌ଭେୟାନ୍‌ସ୍‌ ଦୁର୍ନୀତିରେ ଗୁରୁବାର ଦିନ ଆରମ୍ଭ ହୋଇଥିବା ଏହି ଚଢ଼ଉ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥିଲା। ଏହି ମାମଲାରେ ସମ୍ପୃକ୍ତ ହରିୟାଣାର କଂଗ୍ରେସ ବିଧାୟକ ସୁରେନ୍ଦର୍‌ ପନ୍‌ୱାର୍‌ ଓ ‘ଆଇଏନ୍‌ଏଲ୍‌ଡି’ ପୂର୍ବତନ ଦିଲ୍‌ବାଗ୍‌ ସିଂହଙ୍କ ଏବଂ ଅନ୍ୟମାନଙ୍କ ଘର ସମେତ ୨୦ଟି ସ୍ଥାନରେ ଚଢ଼ଉ ଜାରି ରହିଥିଲା। ଚଢ଼ଉ କରାଯାଇଥିବା ଘର ଓ କାର୍ଯ୍ୟାଳୟ ସବୁ ସୋନିପତ, ମୋହାଲି, ଫରିଦାବାଦ, ଚଣ୍ଡୀଗଡ଼, କର୍ଣ୍ଣର୍ଲ ଓ ଯମୁନା ନଗରରେ ଏହି ଚଢ଼ଉ କରାଯାଇଛି। ସୂଚନାଯୋଗ୍ୟ, ଦିଲ୍‌ବର୍‌ ସିଂହ ଥିଲେ ଯମୁନା ନଗରର ପୂର୍ବତନ ବିଧାୟକ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button