ଅପରାଧ

ମୃତାବସ୍ଥାରେ ଘରୁ ଉଦ୍ଧାର ହେଲେ ଗାୟିକା ମଲ୍ଲିକା ରାଜପୁତ; ଜୀବନ ହାରିଥିବା ସନ୍ଦେହ କରୁଛି ପୁଲିସ – Kalinga News

[ad_1]

ସୁଲ୍‌ତାନ୍‌ପୁର: ସନ୍ଦେହଜନକ ଅବସ୍ଥାରେ ଉତ୍ତର ପ୍ରଦେଶର ସୁଲ୍‌ତାନପୁର ଜିଲ୍ଲାସ୍ଥିତ ନିଜ ବାସଭବନରୁ ମଲ୍ଲିକା ରାଜପୁତ ନାମରେ ସୁପରିଚିତା ଗାୟିକା ବିଜୟ ଲକ୍ଷ୍ମୀଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।

ପୁଲିସ କହିଛି, କୋଟୱାଲି ଥାନା ଅନ୍ତର୍ଗତ ସୀତାକୁଣ୍ଡ ଅଞ୍ଚଳରେ ଅବସ୍ଥିତ ନିଜ ବାସଭବନର ଗୋଟାଏ କୋଠରିରେ ୩୫ ବର୍ଷୀୟ ଗାୟିକା ତଥା ଅଭିନେତ୍ରୀ ମଲ୍ଲିକାଙ୍କୁ ଛାତପଙ୍ଖାରେ ଫାଶୀ ଲଗାଇ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

ମଲ୍ଲିକାଙ୍କ ମାଆ ସୁମିତ୍ରା ସିଂହ କହିଛନ୍ତି ଯେ, ଘରର ସମସ୍ତେ ଶୋଇପଡ଼ିଥିବାରୁ ଏ ଘଟଣା କେତେବେଳେ ଘଟିଲା ସେ ଜାଣିନାହାନ୍ତି। ସେ କହିଛନ୍ତି, କୋଠରିର ଆଉଜା ହୋଇଥିଲା, କିନ୍ତୁ ଆଲୁଅ ଜଳୁଥିଲା। ମୁଁ କୋଠରି ଭିତରକୁ ପଶି ଦେଖିଲି ଆମ ଝିଅ ପଙ୍ଖାରେ ଫାଶି ଲଗାଇବା ପରି ଝୁଲିଛି। ମୁଁ ମୋ ସ୍ବାମୀ ଓ ଘରର ଅନ୍ୟ ଲୋକମାନଙ୍କୁ ଡାକିଲି। କିନ୍ତୁ, ସେ ସେତେବେଳକୁ ମରିଯାଇଥିଲା।

କୋଟୱାଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀରାମ ପାଣ୍ଡେ କହିଛନ୍ତି ଯ‌େ, ଏହା ଆତ୍ମହତ୍ୟା ଘଟଣା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି। କିନ୍ତୁ, ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ବାସ୍ତବ କାରଣ ଜଣାପଡ଼ିବ। ତଥାପି ମଲ୍ଲିକାଙ୍କ ଅକାଳ ବିୟୋଗ ଘଟଣାର ତଦନ୍ତ ଚାଲିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button