ପଶ୍ଚିମବଙ୍ଗ ରେସନ୍ ଦୁର୍ନୀତିରେ ‘ତୃଣମୂଳ କଂଗ୍ରେସ’ ନେତା ଶଙ୍କର ଆଧ୍ୟା ଗିରଫ – Kalinga News

[ad_1]
କୋଲ୍କାତା: ରେସନ୍ ବଣ୍ଟନ ଦୁର୍ନୀତି ଅଭିଯୋଗରେ ‘ତୃଣମୂଳ କଂଗ୍ରେସ’ (ଟିଏମ୍ସି) ନେତା ଶଙ୍କର ଆଧ୍ୟାଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଗିରଫ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଦିନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଶଙ୍କର ଆଧ୍ୟାଙ୍କ ବାସଭବନରେ ଚଢ଼ଉ କରିଥିଲା। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହିଥିଲା ଯେ, ପଶ୍ଚିମବଙ୍ଗ ପୁଲିସ ପଞ୍ଜୀକୃତ କରିଥିବା କେତେଗୁଡ଼ିଏ ‘ଏଫ୍ଆଇଆର୍’କୁ ଭିତ୍ତି କରି ଏହି ଚଢ଼ଉ କରାଯାଉଛି। କେତେକ ବେସରକାରୀ ଲୋକ ବେଆଇନ ଭାବେ ‘ପିଡିଏସ୍’ ରେସନ୍ ରଖିବା ଓ ମିଥ୍ୟା ଚାଉଳ କିଣିବା ଘଟଣାରେ ସମ୍ପୃକ୍ତ ବୋଲି ଏଥିରେ ଅଭିଯୋଗ ହୋଇଥିଲା।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବ୍ୟାପକ ତଲାସ କରିବା ପରେ ବନଗାଆଁର ପୂର୍ବତନ ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କୁ ଗିରଫ କରାଯାଇଛି। ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ଆଧ୍ୟା ମଧ୍ୟ ଦାବି କରିଛନ୍ତି ଯେ, ତଦନ୍ତ ସମୟରେ ‘ଇଡି’ ଅଧିକାରୀମାନଙ୍କୁ ସହଯୋଗ କରିବା ସତ୍ତ୍ବେ ସ୍ବାମୀଙ୍କୁ ଗିରଫ କରାଯାଇଛି।
ଶଙ୍କର ଆଧ୍ୟାଙ୍କୁ ଗିରଫ କରି ନିଆଯିବା ବେଳେ ସ୍ଥାନୀୟ ଲୋକେ ପ୍ରତିବାଦ ପ୍ରଦର୍ଶନ କରିଥିଲେ।
ଶଙ୍କର ଆଧ୍ୟାଙ୍କ ଘର ସମେତ ‘ତୃଣମୂଳ କଂଗ୍ରେସ’ ନେତା ଶାହାଜାହାନ ଶେଖ୍ଙ୍କ ଘରେ ମଧ୍ୟ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଚଢ଼ଉ କରିଥିଲା। ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହିଛି ଯେ, ହିତାଧିକାରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଉକ୍ତ ରେସନ୍ର ପ୍ରାୟ ୩୦% ଖୋଲା ବଜାରକୁ ଛଡ଼ାଯାଇଥିଲା।
[ad_2]




