ଅପରାଧ

ତ୍ରିପୁରା କଲେଜରେ ବିନା ଶାଢ଼ିରେ ମାଆ ସରସ୍ବତୀଙ୍କ ମୂର୍ତ୍ତି; ତେଜିଲା ବିବାଦ – Kalinga News

[ad_1]

ଅଗରତାଲା:ତ୍ରିପୁରାର ଏକ ସରକାରୀ କଲେଜରେ ମ‌ାଆ ସରସ୍ୱତୀଙ୍କ ମୂର୍ତ୍ତିକୁ ନେଇ ବିବାଦ ଉପୁଜିଛି। ପୂଜ‌ା‌ ପାଇଁ ସଜ୍ଜିତ ହୋଇଥିବା ସରସ୍ବତୀଙ୍କ ମୂର୍ତ୍ତିକୁ ପାରମ୍ପରିକ ଶାଢ଼ି ବଦଳରେ ଭିନ୍ନ ପୋଷାକ ପିନ୍ଧା ଯାଇଥିବାରୁ ଏହି ବିବାଦ ମୁଣ୍ଡ ଟେକିଛି। ଏହି ପ୍ରସଂଗରେ ପ୍ରଥମେ ଅଖିଲ ଭାରତ ବିଦ୍ୟା ପରିଷଦ (ଏବିଭିପି) ର ସଦସ୍ୟଙ୍କ ନେତୃତ୍ୱରେ ବିରୋଧ କରାଯାଇଥିବା ବେଳେ ପରେ ବଜରଙ୍ଗ ଦଳ ବି ଯୋଗ ଦେଇଥିଲେ।

ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ସରସ୍ୱତୀ ପ୍ରତିମାର ଏକ ଚିତ୍ର ସୋସିଆଲ୍‌ ମିଡିଆରେ ଦେଖିବା ପରେ ଏହା ଲୋକଙ୍କ ଦୃଷ୍ଟିକୁ ଆସିଥିଲା। ଏବିଭିପି ସଦସ୍ୟମାନେ ପାରମ୍ପାରିକ ଭାରତୀୟ ପୋଷାକ ନପିନ୍ଧାଇ ଅଶ୍ଳୀଳ ପୋଷାକ ପରିଧାନ କରାଯାଇ ମାଆଙ୍କ ଭାବମୂର୍ତ୍ତିକୁ ଖରାପ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି।

ପ୍ରଥମେ ସେମ‌ାନେ ବିରୋଧ ଆରମ୍ଭ କରିଥିଲେ। ଯାହା ପରେ ବଜରଙ୍ଗ ଦଳଙ୍କୁ ଆକର୍ଷିତ କରିଥିଲା। ତ୍ରିପୁରାରେ ଥିବା ଏବିଭିପି ୟୁନିଟ୍‌ର ସାଧାରଣ ସମ୍ପାଦକ ଦିବ୍ୟାକର ଆଚାର୍ଯ୍ୟ ଏହି ପ୍ରତିବାଦରେ ନେତୃତ୍ୱ ନେଇଥିଲେ ଏବଂ ଯାହାକୁ ସେ ଦେବୀ ସରସ୍ୱତୀଙ୍କ ଏକ ଖରାପ ଚିତ୍ର ବୋଲି ବିବେଚନା କରିଥିଲେ।। ଯାହାପରେ ସେ ଆଇନ୍‌ର ସହାୟତା ଲୋଡ଼ି ଏକ ମାମାଲା ରୁଜୁ କରିଛନ୍ତି। ହେଲେ ବଜରଙ୍ଗ ଦଳ ପକ୍ଷରୁ ଏଯାବତ୍‌ ସେପରି କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇନାହିଁ। ଯେପରି ଆମେ ସମସ୍ତେ ଜାଣୁ ଯେ ଗତକାଲି ଥିଲା ବସନ୍ତ ପଞ୍ଚମୀ। ଏବଂ ସାରା ଦେଶରେ ଦେବୀ ସରସ୍ୱତୀଙ୍କୁ ପୂଜା କରାଯାଇଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button