ଦେଶ- ବିଦେଶ

ଇଏ ହେଉଛନ୍ତି ଏସିଆର ପ୍ରଥମ ‘ବିନା ହାତ ଥିବା ଡ୍ରାଇଭର’ ଆନନ୍ଦ ମହିନ୍ଦ୍ରା ମଧ୍ୟ ସାହାସ ଦେଖି ଅଭିଭୂତ ହେଇ କହିଲେ ଏମିତି

ଦିବ୍ୟାଙ୍ଗ ଅଭିଶାପ କେବଳ ସେହି ଲୋକଙ୍କ ପାଇଁ ହୋଇଥାଏ ଯେଉଁ ମାନେ ମନରୁ ହାରି ଯାଇଥାନ୍ତି ଏବଂ ଯେଉଁମାନେ ଏହାକୁ ନିଜର ଭାଗ୍ୟ ଭାବି ଚୁପଚାପ ବସି ଯାଇଥାନ୍ତି । ସେହିପରି ଲୋକଙ୍କ ପାଇଁ ଅକ୍ଷମତା ବାକି ଜିନିଷ ପରି ଜୀବନର ଏକ ଅଂଶ ହୋଇ ଥାଏ । ଯାହାର ଉଦେଶ୍ୟ ଦୃଢ ହୋଇଥାଏ, ଯେଉଁ ଲୋକ ଉଚ୍ଚ ଆତ୍ମବିଶ୍ଵାସ ସହିତ ଜୀବନରେ ଆଗକୁ ବଢିବାକୁ ଚାହାଁନ୍ତି ଅକ୍ଷମତା କେବେ ହେଲେ ସେମାନଙ୍କ ରାସ୍ତାରେ ପ୍ରତିବନ୍ଧକ ହୋଇ ନଥାଏ ।

କେରଳର ୨୮ବର୍ଷର ଏକ ଯୁବତୀ ଏହାର ଜୀବନ୍ତ ଉଦାହରଣ ଅଟନ୍ତି । ଦୁଇ ହାତ ନଥିବା ସତ୍ଵେ ମଧ୍ୟ କାର ଡ୍ରାଇଭିଙ୍ଗ କରୁଥିବା ଏହି ଯୁବତୀ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବାରେ ଏସିୟାର ପ୍ରଥମ ବିନା ହାତ ଥିବା ଡ୍ରାଇଭର ହୋଇ ଯାଇଛନ୍ତି । କେରଳର କରିମନୁର ଗାଁରେ ରହୁଥିବା ଜିଲୋମୋଲ ମେରିଏଟ ଥାମସ ସାହାସରେ ଏତେ ଦୃଢ ଥିଲେ କି ସେ ଅସମ୍ଭବ ଜିନିଷକୁ ସମ୍ଭବ କରି ଦେଖାଇ ଦେଇଛନ୍ତି ।

ପିଲାଦିନୁ ହିଁ ଇଚ୍ଛା ଥିଲା

କାର ଚଲାଇବାର ଶୌକ ଜିଲୋମୋଲଙ୍କୁ ପିଲାଦିନୁ ହିଁ ଥିଲା । ଦୁଇ ହାତ ନଥିବାରୁ ତାଙ୍କ ପାଇଁ ଏହା କଷ୍ଟ ଥିଲା, କିନ୍ତୁ ତାଙ୍କୁ ଯେତେବେଳେ ଜଣାପଡିଲା କି ବିକ୍ରମ ଅଗ୍ନିହୋତ୍ରୀ ନାମକ ଜଣେ ବ୍ୟକ୍ତିଙ୍କର ହାତ ନଥିଲେ ମଧ୍ୟ ତାଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ମିଳିଛି ଏହାପରେ ତାଙ୍କର ଇଚ୍ଛା ଆହୁରି ଆଧିକ ହୋଇଗଲା । ନିଜର ଦୃଢ ଇଛାଶକ୍ତି ବଳରେ ଜିଲୋମୋଲ ଆଗକୁ ବଢି ଶେଷରେ ଡ୍ରାଇଭିଙ୍ଗ ଲାଇସେନ୍ସ ହାସଲ କରି ନେଇଛନ୍ତି ।

 

ଜିଲୋମୋଲ ୨୦୧୮ରେ କଷ୍ଟମ ମେଡ ମାରୁତି ସିଲେରିୟା କିଣିଥିଲେ । ଏହି ବର୍ଷ ସେ ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ହାସଲ କରିଛନ୍ତି । ବାସ୍ତବରେ ଜିଲୋମୋଲ ସେହି ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ଉଦାହରଣ ହୋଇଛନ୍ତି ଯେଉଁମାନେ ଦିବ୍ୟାଙ୍ଗ ହେବା ପରେ ବଞ୍ଚିବାର ଆଶା ଛାଡିଦେଇ ଥାନ୍ତି । ଜିଲୋମୋଲଙ୍କ ଘରେ ଆଉ କାହାକୁ ଗାଡି ଚଲାଇବା ଆସେ ନାହିଁ କିନ୍ତୁ ସେ ବଡ ଆତ୍ମବିଶ୍ଵାସ ସହିତ କେବଳ ଗାଡି ଷ୍ଟେରିଙ୍ଗ ଧରି ନଥାନ୍ତି ବରଂ ବ୍ରେକ ମଧ୍ୟ ଲଗାଇ ଥାନ୍ତି ।

ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରିଛନ୍ତି

କିଛିଦିନ ପୂର୍ବରୁ ହିଁ ଜିଲୋମୋଲଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ଦେଖିବା ପରେ ପ୍ରସିଦ୍ଧ ଶିଳ୍ପପତି ଏବଂ ମହିନ୍ଦ୍ରା ଗୃପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ମଧ୍ୟ ଅଭିଭୂତ ହୋଇ ଯାଇଛନ୍ତି । ସେ ଜିଲୋମୋଲଙ୍କ ସାହାସକୁ ଦେଖି ତାଙ୍କର ବହୁତ ପ୍ରଶଂସା ମଧ୍ୟ କରିଥିଲେ । ପଢାରେ ମଧ୍ୟ ଜିଲୋମୋଲ ବର୍ତ୍ତମାନ ସମସ୍ତଙ୍କ ଠାରୁ ଆଗରେ ରହୁଛନ୍ତି । ଏହା ସହିତ ଗ୍ରାଫିକ ଡିଜାଇନ କ୍ଷେତ୍ରରେ ସେ ନିଜର କ୍ୟାରିୟର ବାଛି ନେଇଛନ୍ତି । ଏହା ସହିତ ସେ ପେନ୍ଟିଙ୍ଗ କରିବାକୁ ମଧ୍ୟ ବହୁତ ଭଲ ପାଇଥାନ୍ତି । ଜିଲୋମୋଲ କହିଛନ୍ତି କି ସେ ଦିବ୍ୟାଙ୍ଗ ବୋଲି କେବେ ହେଲେ ଅନୁଭବ କରିନାହାଁନ୍ତି ।

 

ବିନା ହାତରେ ଜନ୍ମ ହୋଇ ଥିଲେ

ଜିଲୋମୋଲଙ୍କର ଜନ୍ମରୁ ହିଁ ହାତ ନାହିଁ । ସେ ନିଜର ଦୁଇ ଗୋଡ ଏବଂ ଆଣ୍ଠୁ ସାହାଯ୍ୟରେ କାର ଚଲାନ୍ତି । ସେ କହିଛନ୍ତି କି ତାଙ୍କର ସୁରକ୍ଷା ପାଇଁ ତାଙ୍କ ବାପା ମାଆଙ୍କର ବହୁତ ଚିନ୍ତା ଥିଲା ଯେଉଁଥି ପାଇଁ ସେ ଏହାକୁ ମାନିବା ପାଇଁ ଦ୍ଵନ୍ଦ ପ୍ରକାଶ କରୁଥିଲେ । ଷ୍ଟେଟ ମାଉଥ ଆଣ୍ଡ ଫୁଟ ଆସୋସିଏସନ ଏକ ସଂସ୍ଥା ଅଟେ ଯାହା ଭିନ୍ନକ୍ଷମ କଳାକାରଙ୍କୁ ପ୍ରୋତ୍ସାହିତ କରିଥାଏ, ଜିଲୋମୋଲ ଏହାର ସଂସ୍ଥାପକ ସଦସ୍ୟ ମାନଙ୍କ ଠାରୁ ମଧ୍ୟ ଜଣେ ଅଟନ୍ତି । ଜିଲୋମୋଲ ସମସ୍ତଙ୍କ ପାଇଁ କୌଣସି ପ୍ରେରଣା ଠାରୁ କମ ନୁହଁନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button