ଦେଶର ବିଭିନ୍ନ ସ୍ଥାନରୁ ୧୪ ଦମ୍ପତି ରାମଲାଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯଜମାନ ହେବେ – Kalinga News
[ad_1]
ଅଯୋଧ୍ୟା: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ହେବାକୁ ଥିବା ମୁଖ୍ୟ ଯଜ୍ଞାନୁଷ୍ଠାନରେ ଦେଶର ବିଭିନ୍ନ ସ୍ଥାନରୁ ୧୪ଜଣ ଦମ୍ପତି ‘ଯଜମାନ’ ଭାବେ ଯୋଗ ଦେବେ। ଏନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍ଏସ୍ଏସ୍)ର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି ଯେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଠାରୁ ମିଳିଥିବା ସୂଚନାରେ ଯଜମାନ ହେବାକୁ ଥିବା ଦମ୍ପତି ଦେଶର ଉତ୍ତର, ପୂର୍ବ, ପଶ୍ଚିମ, ଦକ୍ଷିଣ ଓ ଉତ୍ତର-ପୂର୍ବ ଅଞ୍ଚଳରୁ ଆସିବେ। ସେମାନେ ହିଁ ମୁଖ୍ୟ ଯଜମାନ ହେବେ। ଏହି ଯଜମାନଙ୍କ ମଧ୍ୟରେ, ଉଦୟପୁରରୁ ରାମଚନ୍ଦ୍ର ଖରଡ଼ି, ଆସାମରୁ ରାମ କୁଇ ଜେମୀ, ଜୟପୁରରୁ ଗୁରୁଚରଣ ସିଂହ ଗିଲ, ହାରଦୋଇରୁ କୃଷ୍ଣ ମୋହନ, ମୁଲତାନିରୁ ରମେଶ ଜୈନ, ତାମିଲନାଡ଼ୁରୁ ଆଦାଲାର୍ସନ, ମହାରାଷ୍ଟ୍ରରୁ ଭିଠଲ ରାଓ କାମନଲେ, ମହାରାଷ୍ଟ୍ର ଲାତୁରର ଘୁମନ୍ତୁ ସମାଜ ଟ୍ରଷ୍ଟର ମହାଦେବ ରାଓ ଗାୟକୱାଡ୍, କର୍ଣ୍ଣାଟକର ଲିଙ୍ଗରାଜ ବାସଭରାଜ, ଲକ୍ଷ୍ନୌରୁ ଦିଲୀପ ବାଲ୍ମୀକି, ଡୋମ ରାଜା ପରିବାରରୁ ଅନୀଲ ଚୌଧୁରୀ, କାଶୀରୁ କୈଳାସ ଯାଦବ, ହରିଆଣାରୁ ଅରୁଣ ଚୌଧୁରୀ, କାଶୀରୁ କବୀନ୍ଦ୍ର ପ୍ରତାପ ସିଂହ ସସ୍ତ୍ରିକ ଉପସ୍ଥିତ ରହିବେ।
[ad_2]