ଦେଶ- ବିଦେଶ

“ମୁଁ ଭଗବାନଙ୍କୁ ପ୍ରତିଦିନ ପ୍ରାର୍ଥନା କରିଥାଏ କି ମୋ ବାପାଙ୍କର କରଜ ଜଲ୍ଦି ସୁଝି ଯାଉ, ଯାହା ଦ୍ଵାରା ମୁଁ ସ୍କୁଲ ଯାଇ ପାରିବି”, ଜୋତା ପଲିସ କରୁଥିବା ପିଲାଟି କଥା ଶୁଣି ଆଖିରେ ଲୁହ ଆସିଯିବ

ଆପଣ ସମସ୍ତେ ସଡକ ଉପରେ ବସିଥିବା ଲୋକଙ୍କ ଠାରୁ ନିଜର ଜୋତା ପଲିସ କରାଇଥିବେ । କଣ ଆପଣ କେବେ ବି ସେହି ଜୋତା ପଲିସ ଲୋକକୁ ଧ୍ୟାନର ସହିତ ଦେଖିଛନ୍ତି ? ତା ସହିତ କଥା ହୋଇଛନ୍ତି ? ତାକୁ ଦେଖି ଖୁସିରେ ଟିକେ ସ୍ମାଇଲ ଦେଇଛନ୍ତି ? ବୋଧେ ଆପଣଙ୍କ ପାଇଁ ଏହା କୌଣସି ବଡ କଥା ନୁହେଁ କିନ୍ତୁ ସେହି ଜୋତା ପଲିସ କରୁଥିବା ଲୋକ ପାଇଁ ଦୁଇ ପଦ ମିଠା କଥା ଓ ଗୋଟିଏ ସ୍ମାଇଲ ବହୁତ ମହତ୍ଵ ରଖିଥାଏ ।

ହମ୍ପି ଗାଁର ଗୋଟିଏ ପିଲା ଏହି କଥାକୁ ନେଇ ଦୁଃଖ ପ୍ରକାଶ କରିଛି । ପିଲାଟି ମୁମ୍ବାଇର ସଡକରେ ଜୋତା ପଲିସ କରିବାର କାମ କରିଥାଏ । ତା’ର ବାପା ମା’ଙ୍କର କରଜ ସୁଝିବା ପାଇଁ ସେ ତାଙ୍କୁ ସାହାର୍ଯ୍ୟ କରିଥାଏ ।

ସେଥିପାଇଁ ସେ ତା’ ଦାଦାଙ୍କ ସହିତ ଜୋତା ପଲିସ କରିଥାଏ । ସେ ଗୋଟିଏ ଅଭିଯୋଗ କରିଛି କି ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହିଥାଏ, ସହସ୍ର ଲୋକ ତା’ ଠାରୁ ଜୋତା ପଲିସ ମଧ୍ୟ କରାଇଥାନ୍ତି କିନ୍ତୁ କେହି ବି ତାଙ୍କୁ ଚାହିଁ ନଥାନ୍ତି । ଯେମିତି କି ସେ ଏହି ଦୁନିଆରେ ହିଁ ନାହିଁ ।

“ହ୍ୟୁମାନ୍ସ ଅଫ ବମ୍ବେ” ଏହି ପିଲାଟିର ମନର କଥା ନିଜ ଫେସବୁକ ପେଜ ରେ ସେୟାର କରିଛନ୍ତି । ପିଲାଟି କହିଛି କି “ମୁଁ ହମ୍ପିର ବାସିନ୍ଦା, ମୁଁ ୨ ମାସ ହେଲା ଛୁଟିରେ ଦାଦାଙ୍କ ଦୋକାନରେ କାମ କରୁଛି ଯାହା ଦ୍ଵାରା ମୋ ବାପା ମା’ଙ୍କର କରଜ ସୁଝି ପାରିବି । ମୁଁ ଏଠାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବସିଥାଏ । ଏଠାକୁ ବହୁତ ପ୍ରକାରର ଗ୍ରାହକ ଆସିଥାନ୍ତି ଓ ମୁଁ ତାଙ୍କର ଜୋତା ସଫା କରିଥାଏ । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ବି ମୋ ସହିତ ଦୁଇ ପଦ କଥା ହୋଇ ନାହାଁନ୍ତି ।

କିଛି ଲୋକ ତ ମୋତେ ଚାହାଁନ୍ତି ବି ନାହିଁ ଓ ଜଲ୍ଦି ଜଲ୍ଦି କାମ ଶେଷ କରି ପଳାଇ ଯାଆନ୍ତି । କିଛି ଲୋକ ବିନା କୌଣସି କାରଣରେ ମୋ ସହିତ ଖରାପ ବ୍ୟବହାର କରିଥାନ୍ତି । ଯଦି ମୁଁ କିଛି କହିଥାଏ ତେବେ ସେମାନେ ଇଗନୋର କରି ଦିଅନ୍ତି ନତୁବା କୁହନ୍ତି କି ନିଜ କାମରେ ଧ୍ୟାନ ଦେ ।”

“ଏମିତିରେ ମୁଁ କେବଳ ଏତିକି ଭାବିଥାଏ କି ଯଦି ମୁଁ ପଢା ଲେଖା କରିଥାନ୍ତି ଏହି ସଡକରେ ବସିବା ବଦଳରେ କୌଣସି ଦୋକାନରେ ବସିଥାନ୍ତି, ତେବେ ବି କଣ ଲୋକମାନେ ମୋ ସହିତ ଏହିପରି ବ୍ୟବହାର କରିଥାନ୍ତେ ? ଯେମିତି କି ମୁଁ ତାଙ୍କ ସହିତ କଥା ହେବାର ଯୋଗ୍ୟ ନୁହେଁ । ପ୍ରଥମେ ପ୍ରଥମେ ମୋତେ ଏହା ବହୁତ ଖରାପ ଲାଗୁଥିଲା କିନ୍ତୁ ଏବେ ଅଭ୍ଯାସରେ ପଡି ଗଲାଣି । ଭଗବାନଙ୍କୁ ପ୍ରତିଦିନ ପ୍ରାର୍ଥନା କରେ କି ମୋ ବାପା ମା’ ଙ୍କର କରଜ ଜଲ୍ଦି ସୁଝିଯାଉ ଯାହା ଦ୍ଵାରା ମୁଁ ସ୍କୁଲ ଯାଇ ପାରିବି । ନିଜର ପାଠ ପୁରା କରି ପାରିବି ଓ ଭଲ ଚାକିରି କରି ପାରିବି । ଭଲ ଶ୍ୟାଲେରୀ ମିଳି ପାରିବ । ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଲୋକଙ୍କ ସାମ୍ନାରେ ଆଉ ଅଦୃଶ୍ୟ ହୋଇ ରହିବିନି ।”

ବନ୍ଧୁମାନେ କୌଣସି କାମ ଛୋଟ ବା ବଡ ହୋଇ ନଥାଏ । ସବୁ ଲୋକଙ୍କୁ ସମାନ ମହତ୍ତ୍ଵ ଦେବା ଉଚିତ । ଆପଣଙ୍କର ହସିକରି ଦୁଇ ପଦ କଥା କହିବା ଅନେକ ଲୋକଙ୍କର ଜୀବନରେ ଖୁସି ଭରିଦେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button