ଦେଶ- ବିଦେଶ

କାହିଁକି ମହିଳାଙ୍କୁ ପସନ୍ଦ ଆସିଥାଏ ପୁରୁଷଙ୍କର ଏହି ଖାସ୍‌ ସ୍ୱଭାବ…

ଯଦି ଆପଣଙ୍କୁ ଲାଗୁଥାଏ କି ମହିଳା କେବଳ ପୁରୁଷମାନଙ୍କର ଆକର୍ଷକ ବ୍ୟକ୍ତିତ୍ୱକୁ ପସନ୍ଦ କରିଥାଆନ୍ତି, ତା’ହେଲେ ଆପଣ ଭୁଲ୍‌ ଭାବୁଛନ୍ତି। ପୁରୁଷଙ୍କ ଉଚ୍ଚତା ଏବଂ ଚେହେରା ତାଙ୍କ ବ୍ୟକ୍ତିତ୍ୱ ଉପରେ ଯେତିକି ପ୍ରଭାବ ପକାଇଥାଏ, ସେତିକି ତାଙ୍କ କଣ୍ଠର ଗାମ୍ଭୀଯ୍ୟର୍ତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥାଏ। ଆପଣ ଜାଣି ଚକିତ ହେବେ ଯେ ଅନେକ ମହିଳାଙ୍କୁ ପୁରୁଷଙ୍କ ଗାମ୍ଭୀଯ୍ୟର୍ ସ୍ୱଭାବ ଏବଂ ଓଜନଦାର କଣ୍ଠ ପସନ୍ଦ ଆସିଥାଏ। ପ୍ରତି ୫ଜଣରେ ଜଣେ ମହିଳା ଏଭଳି କଣ୍ଠ ଥିବା ପୁରୁଷଙ୍କୁ ବିବାହ କରିବାକୁ ପସନ୍ଦ କରିଥାଆନ୍ତି। ଆସନ୍ତୁ ଜାଣିବା, କାହିଁକି ପସନ୍ଦ ଆସିଥାଏ ପୁରୁଷଙ୍କ ଏଭଳି ଆଓ୍ଵାଜ।

relationship3

କୁହାଯାଏ, ମହିଳାଙ୍କୁ ଗପିବାକୁ ଭଲ ଲାଗିଥାଏ ଏବଂ ଭଲ ପୁରୁଷ ସେହିମାନେ ହିଁ ହୋଇଥାଆନ୍ତି, ଯେଉଁମାନେ ମହିଳାଙ୍କ କଥାକୁ ଧ୍ୟାନରେ ଶୁଣନ୍ତି। କିନ୍ତୁ ମହିଳାଙ୍କ କଥା ସେହି ପୁରୁଷଙ୍କ ସାମ୍ନାରେ ବନ୍ଦ ହୋଇଯାଏ, ଯେଉଁମାନେ ବହୁତ ଗମ୍ଭୀର କଣ୍ଠରେ କହିଥାଆନ୍ତି। ଗମ୍ଭୀର ପୁରୁଷଙ୍କ ସମସ୍ତ କଥା ମାନିଥାଆନ୍ତି ମହିଳା। କାହିଁକି ନା, ସେମାନଙ୍କୁ ଲାଗିଥାଏ ଯେ ସେ ଯାହା ବି କୁହନ୍ତି, ସେଥିରେ ଦମ୍‌ ଥାଏ, ଯେଉଁଥିପାଇଁ ମହିଳାମାନେ ସହଜରେ ସହମତ ହୋଇଯାଆନ୍ତି। ଏମିତି ପୁରୁଷଙ୍କ ଆଓ୍ଵାଜରେ ଯାଦୁ ରହିଥାଏ। ଭିଡ଼ରେ ମଧ୍ୟ ମହିଳାମାନେ ସେମାନଙ୍କ ଆଓ୍ଵାଜ ଶୁଣି ଆକର୍ଷିତ ହୋଇଯାଆନ୍ତି। ଏପରି କି, ଜଲଦି ଭରସା ବି କରିଯାଆନ୍ତି। ମୋଟାମୋଟି କହିବାକୁ ଗଲେ ମାଚ୍ୟୁର ଏବଂ ଗମ୍ଭୀର ସ୍ୱଭାବର ପୁରୁଷଙ୍କୁ ମହିଳାମାନେ ପସନ୍ଦ କରନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button