ରାଜ୍ୟ

kathajodi River: କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର, ମିଳୁନି ଯୁବକଙ୍କ ପରିଚୟ

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର କରାଯାଇଛି । ଲାଲବାଗ ଥାନା ସମ୍ମୁଖ କାଠଯୋଡ଼ି ନଦୀରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗତ ଶନିବାର ଦିନଠାରୁ ଜଣେ ଯୁବକ କାଠଯୋଡ଼ି ନଦୀରେ ବୁଡ଼ି ନିଖୋଜ ଥିଲେ । ତେବେ ଆଜି ମିଳିଥିବା ମୃତଦେହ ସେହି ନିଖୋଜ ଯୁବକଙ୍କର କି ନାହିଁ ସେ ନେଇ ଅନୁଧ୍ୟାନ କରାଯାଉଛି ।

ଗତ ଶନିବାର ଅପରାହ୍ନରେ କାଠଯୋଡ଼ି ବିହାର ତାରିଣୀ ବସ୍ତି ନିକଟରେ ବୁଡ଼ି ନିଖୋଜ ଥିଲେ ଜଣେ ଯୁବକ । ଅଭିନବ ବିଡ଼ାନାସୀ ଦମକଳ କେନ୍ଦ୍ର ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଆଜି ମୃତଦେହ ଉଦ୍ଧାର ପରେ ପୋଲିସକୁ ହସ୍ତାନ୍ତର କରିଛି ଅଗ୍ନିଶମ ବାହିନୀ । ଯୁବକଙ୍କ ପରିଚୟ ନେଇ ଖୋଳତାଡ କରୁଛି କମିଶନରେଟ ପୋଲିସ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button