ରାଜ୍ୟ

ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ

ଲ୍ଲିକୋଟ,୧୭/୧୦: ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣପୁର ଗୋପପୁର ନିକଟ ଜଙ୍ଗଲରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଗୋପପୁର ନିକଟ ଜଙ୍ଗଲରେ ବାର୍ହା ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଇଥିଲା ।

ତେବେ ଉକ୍ତ ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ପାଇଥିଲେ କିଛି ଲୋକ । ଏହା ଦେଖି ତୁରନ୍ତ ଖଲ୍ଲିକୋଟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହା ସହ ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି । ବ୍ୟକ୍ତିଙ୍କ ମୃତ୍ୟୁ ଚାରିରୁ ପାଞ୍ଚ ଦିନ ପୂର୍ବରୁ ହୋଇଥିବା ପୋଲିସ ଅନୁମାନ କରୁଛି । ତେବେ ଉକ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବ୍ୟକ୍ତି ଜଣକ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button