
ପାର୍ବଣ ପୁର୍ବରୁ ମାତିଲେ ଲୁଟେରା । କେଉଁଠି ଘରେ ପଶିଲେଣି ତ କେଉଁଠି ଦିନ ଦିପହରେ ଲୁଟ୍ କରୁଛନ୍ତି । ରାଜଧାନୀରେ ଏବେ ଆତଙ୍କ ମଚାଇଲେଣି ଛୋଟ ଛୋଟ ଗ୍ୟାଙ୍ଗ ଓ ଚୋର । ବିଭିନ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଲୁଟ୍ ର କାରନାମା । ସିସିଟିଭି ରେ କଏଦ ଲୁଟେରାଙ୍କ ଗତିବିଧି । ଲୁଟେରାଙ୍କୁ ଧରିବା ପାଇଁ ପୋଲିସର ମାଷ୍ଟର ପ୍ଲାନ୍। ଥାନା ସ୍ତରରେ ଅପରାଧୀଙ୍କ ତାଲିକା ଖୋଜା ଚାଲିଛି । ପେସାଦାର ଅପରାଧୀଙ୍କୁ ଖୋଜୁଛି ପୋଲିସ୍ । ଓ୍ବାରେଣ୍ଟ ଥିବା ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରାଯାଉଛି । ଖଟି ଓ ସର୍ବସାଧାରଣ ସ୍ଥାନରେ ଆତଙ୍କ ମଚାଇଲେ ତୁରନ୍ତ ବାନ୍ଧିବାକୁ କଡ଼ା ନିର୍ଦ୍ଦେଶ । ପିସିଆର ପାଟ୍ରୋଲିଂ ବଢ଼ାଇବାକୁ ସିନିୟର୍ ଅଫିସରଙ୍କ ନିର୍ଦ୍ଦେଶ । ନାଇଟ ବ୍ଲକିଂ ଓ ଚେକିଂ ଜରିଆରେ ଅପରାଧୀଙ୍କ ଗତିବିଧି ନଜର ରଖିବାକୁ ପୋଲିସ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି । ବିଶେଷ କରି ପାର୍ବଣ ପୁର୍ବରୁ ଏଭଳି ଅପରାଧୀ ଅଧିକ ସକ୍ରିୟ ହୋଇଥାନ୍ତି । ଲୋକଙ୍କ ବ୍ୟସ୍ତତା ଓ ଛୁଟିର ମଉକା ନେଇ ଲୁଟପାଟ କରନ୍ତି । ଏହାକୁ ପ୍ରତିହତ କରିବା ପାଇଁ ଲୋକେ ନିଜେ ସଚେତନ ସହ ପୋଲିସ ଅଧିକ କ୍ରିୟାଶୀଳ ହୋଇଥାଏ ।




