ରାଜ୍ୟ

Panchu Barahi Temple: ସାତଭାୟାର ଶେଷ ସନ୍ତକ, କୂଳ ଲଂଘିଲା ସମୁଦ୍ର

ସମୁଦ୍ର ଗର୍ଭରେ ସାତଭାୟାର ଶେଷ ସନ୍ତକ । ସାତଭାୟାରେ କୂଳ ଲଂଘିଲା ସମୁଦ୍ର। ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସି ସାତଭାୟାର ମା ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିରକୁ ସମୁଦ୍ର ଗର୍ଭକୁ ଟାଣି ନେଇଛି । ଜଳବାୟୁ ପରିବର୍ତ୍ତନ ଫଳରେ ସମୁଦ୍ର କୂଳ ଲଙ୍ଘିବାରୁ ସାତଭାୟାର ୭ଟି ଗାଁ ଙ୍କୁ ସମୁଦ୍ର ତା ଗର୍ଭକୁ ଟାଣି ନେଇଥିଲା ।

ସରକାର ସାତଭାୟା ବାସୀଙ୍କୁ ଗୁପ୍ତି ବଗପାଟିଆ ଠାରେ ଥଇଥାନ କରିବା ସହିତ ସାତଭାୟାର ଆରାଧ୍ୟା ଦେବୀ ମା ପଞ୍ଚୁବରାହୀଙ୍କୁ ମଧ୍ୟ ନୂତନ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଥିଲା । ସାତଭାୟାର ଶେଷ ସନ୍ତକ ଭାବେ ମାଆଙ୍କ ପୁରୁଣା ମନ୍ଦିର ସମୁଦ୍ର କୂଳରେ ଥିଲା । ତାହା ଆଜି ସମୁଦ୍ରର କରାଳ ଗର୍ଭରେ ଲୀନ ହୋଇଯାଇଛି । କେବଳ ମନ୍ଦିର ନୁହେଁ ଐତିହାସିକ ବାଲି ପାହାଡ଼, ଝାଉଁ ଜଙ୍ଗଲକୁ ଛାରଖାର କରିଦେଇଛି ସମୁଦ୍ରର ଉଚ୍ଚ ଜୁଆର।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button