ରାଜ୍ୟ

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର, ଚଳଚଞ୍ଚଳ ପଦ୍ମପୁର

ଦ୍ମପୁର: ରାୟଗଡ଼଼ା ଜିଲ୍ଲାର ପଦ୍ମପୁର ସହର ବସଷ୍ଟାଣ୍ଡ ଠାରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏଠାରେ ଦୀର୍ଘ ବର୍ଷ ହେବ ସାର୍ବଜନୀନ ଦୁର୍ଗାପୂଜା ରୀତିନୀତି ଅନୁସାରେ ପାଳନ ହେଉଥିବାରୁ ଯୁଗ ବଦଳିବା ସହିତ ସମୟକୁ ତାଳ ଦେଇ ପୂଜାମଣ୍ଡପ ସାଜସଜା କରାଯାଉଛି। ଚଳିତ ବର୍ଷ ଆକର୍ଷଣୀୟ ତୋରଣ ନିର୍ମାଣ ଚାଲିଛି।

ନୟାଗଡ଼଼ର କାରିଗରମାନେ ଆସି ତୋରଣ ତିଆରି କାମରେ ଲାଗି ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ମୂର୍ତ୍ତି କାରିଗର ତାଙ୍କ ସହଯୋଗୀ ମାନଙ୍କ ସହିତ ମୂର୍ତ୍ତିରେ ଜୀବନ୍ତ ରୂପ ଦେବା କାମରେ ନିୟୋଜିତ ଅଛନ୍ତି। ଷଷ୍ଠୀ ଦିନରୁ ବିଲ୍ବ ବରଣ କରି ପୂଜା ଆରମ୍ଭ ହୋଇ ଦଶମୀ ଦିନ ପର୍ଯ୍ୟନ୍ତ ବିଧି ପରମ୍ପରା ମତେ ପୂଜା ଆରାଧନା କରାଯାଇ ପ୍ରତ୍ୟେକ ଦିନ ସମସ୍ତ ଭକ୍ତ ମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଭୋଗର ବ୍ୟବସ୍ଥା କରାଯାଇଛି। ଏହି ପୂଜା ପଦ୍ମପୁର ସହରରେ ୭ ଦିନବ୍ୟାପୀ ମହାଡ଼ମ୍ବରରେ ପାଳନ ହେବାକୁ ଥିବାବେଳେ ଏ ବର୍ଷର ମୂଖ୍ୟ ଆକର୍ଷଣ ହେବ ସୁନ୍ଦର ତୋରଣ, ଆଲୋକ ସଜା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ବାଣିଜ୍ୟ ସମ୍ପନ ସହର ପଦ୍ମପୁରରେ ଚଳିତ ବର୍ଷ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଓ ଲୋକାଭିମୁଖୀ କରାଯିବ ବୋଲି ପୂଜା କମିଟିର କର୍ମକର୍ତ୍ତାମାନେ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ପଦ୍ମପୁର ଅଞ୍ଚଳର ସମସ୍ତ ଶକ୍ତି ପୀଠ ରେ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇ ଥିବାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button