ରାଜ୍ୟ
ଆଜି ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ପନୀର କଟଲେଟ

ଏବେ ଆପଣ ବାହାରୁ କୌଣସି ବି ଜିନିଷ ଖାଇବା ଆଦୌ ବି ଉଚିତ ନୁହେଁ। ତେଣୁ ଆପଣ ଘରେ ହିଁ ବଜାର ଭଳି ରେସିପି ବନାଇ ଖାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଚଟପଟା ପନୀର କଟଲେଟ ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
-୨୫୦ ଗ୍ରାମ ଫ୍ରେସ୍ ପନୀର
-୧/୨ କପ୍ ଅଟା
-୩ଟି କଞ୍ଚା ଲଙ୍କା
-୧/୨ ଚାମଚ ସୁଖିଲା ପୋଦିନା ପାଉଡର
-୧/୨ ଲେମ୍ବୁ ରସ
-ତେଲ
-ଧନିଆ ପତ୍ର
-ସ୍ୱାଦାନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ
ପନୀର କଟଲେଟ ପ୍ରସ୍ତୁତ କରିବା ପାଇଁ ପନୀରକୁ କଦ୍ଦୁକସ୍ କରନ୍ତୁ। କଞ୍ଚାଲଙ୍କା ଛୋଟ ଛୋଟ କରି କାଟିଦିଅନ୍ତୁ। ଏବେ ଅଟାକୁ ନେଇ ସେଥିରେ ପନୀର ଏବଂ କଞ୍ଚା ଲଙ୍କା ପକାଇ ଦିଅନ୍ତୁ। ଏବେ ବାକି ସବୁ ସାମଗ୍ରୀକୁ ପୁଦିନା ପାଉଡର, ଲେମ୍ବୁ ରସ, ଲୁଣ ଏବଂ କଟା ଧନିଆ ପତ୍ର ପକାଇ ମିଶାଇ ଦିଅନ୍ତୁ। ଏବେ ତେଲ ଗରମ କରି କଟଲେଟ ଆକାର ଦେଇ ଛାଣି ଦିଅନ୍ତୁ। ଏବେ ଏହାକୁ କୁରକୁରା ଛାଣି ଚଟଣୀରେ ସର୍ଭ କରନ୍ତୁ।




