ଦେଶ- ବିଦେଶ

ବର୍ଷା ଯୋଗୁ ଘରର କାନ୍ଥ ଓ ଛାତରେ ପାଣି ଜକାଉଥିଲେ ଆପଣାନ୍ତୁ ଏହି ଉପାୟ, ସବୁଦିନ ପାଇଁ ଦୂର ହେବ ଶିଉଳି ସମସ୍ୟା

ପ୍ରବଳ ଗ୍ରୀଷ୍ମ ଉତ୍ତାପ ପରେ ବର୍ଷାର ଆଗମନ ଶରୀରକୁ ଶୀତଳ କରିଥାଏ। ମୌସୁମୀର ଆଗମନରେ ଲୋକଙ୍କ ଠାରୁ ଆରମ୍ଭ କରି ଜୀବଜନ୍ତୁ ଓ ଗଛଲତା ପର୍ଯ୍ୟନ୍ତ ଶାନ୍ତି ଲାଭ କରିଥାନ୍ତି। କିନ୍ତୁ ବର୍ଷା ଯୋଗୁ ଘର କାନ୍ଥରେ ପାଣି ଜକେଇ ଚୋପଡ଼ା ଛାଡ଼ୁଥିଲେ ଓ ଛାତରେ ଶିଉଳି ଲାଗୁଥିଲେ ବର୍ଷାର ମଜା ଖରାପ ହୋଇଯାଏ। ଏହି ସମସ୍ୟା ବର୍ଷାଦିନେ ଅଧିକ ଦେଖାଯାଏ। ତେବେ ବର୍ତ୍ତମାନ କରୋନା ସ୍ଥିତି ଚାଲିଥିବାରୁ ଲୋକମାନେ ଭୟଭୀତ ଅଛନ୍ତି। ଏଭଳି ସ୍ଥିତିରେ ନିଜ ସ୍ୱାସ୍ଥ୍ୟ ସହ ଘରର ପରିଷ୍କାର ପରିଚ୍ଛନ୍ନତାକୁ ବି ଗୁରୁତ୍ୱ ଦେବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ବର୍ଷାଦିନେ ଘରକୁ ଫଙ୍ଗଲ ଓ ପାଣି ଜକେଇବାରୁ କେମିତି ମୁକ୍ତ ରଖିବେ…

-ବର୍ଷାଦିନେ ଘରେ ପାଣି ଜକାଉଥିଲେ ବାଥରୁମ୍‌, ଟୟଲେଟ୍‌, ବନ୍ଦ ଥିବା ରୁମ୍‌, ଯେଉଁଠାରେ ଫଙ୍ଗଲ ଓ କୀଟାଣୁ ଆଦି ସହଜରେ ବଂଶ ବିସ୍ତାର କରୁଥିବେ, ସେଠାରେ କୀଟନାଶକ ଛିଞ୍ଚନ୍ତୁ।

-ଏଥିସହ ଯଦି କାନ୍ଥରେ ଅଧିକ ପାଣି ଜକାଉଛି ତେବେ ମିସ୍ତ୍ରୀ ଡାକି ସେହି ସ୍ଥାନର ମରାମତି କରନ୍ତୁ ଓ ଓ୍ଵାଟରପ୍ରୁଫ୍‌ ଚୂନ ଲଗାନ୍ତୁ। ନଚେତ୍‌ ଘରର କାନ୍ଥ ଓ ଛାତ ଦୁର୍ବଳ ହୋଇଯିବା ସମ୍ଭାବନା ରହିଛି।

-କିଚେନ୍‌ ଓ ବାଥ୍‌ରୁମ୍‌ ଯେଉଁଠାରେ ଅଧିକ ପାଣି ବ୍ୟବହାର କରାଯାଏ ଓ ଖରାପଡ଼େ ନାହିଁ। ସେହି ସ୍ଥାନଗୁଡ଼ିକୁ ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ।

-ସପ୍ତାହକୁ ଥରେ ରୋଷେଇ ଘରେ କୀଟନାଶକ ସିଞ୍ଚନ କରନ୍ତୁ। ଏହା ଦ୍ୱାରା ଫଙ୍ଗାଲ ହେବନାହିଁ।

-ଓଦା ଥିବା ଘରେ ଆଦୌ ଶୁଅନ୍ତୁ ନାହିଁ। ଇନ୍‌ଫେକସନ୍‌ ହୋଇପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button