ରାଜ୍ୟ

ଘର ର ଝିଅ କୁ ଭୁଲ ରେ ବି ଦିଅନ୍ତୁ ନାହିଁ ଏହି 1 ଜିନିଷ, ବାପାଘରକୁ ଓ ଶାଶୁଘରକୁ ମାଡି ଆସେ ଭୟଙ୍କର ଦରିଦ୍ରତା- Vastu Tips

ବନ୍ଧୁଗଣ ନିଜ ଝିଅ ର ବିବାହ ସବୁ ବାପା ମାଆ ଙ୍କ ପାଇଁ ସବୁଠାରୁ ସୁବର୍ଣ୍ଣ ମୁହୂର୍ତ୍ତ। ଯେଉଁଠି ଝିଅ ର ଘର ସଂସାର ବସିବାର ଖୁସି ଏବଂ ଅନ୍ୟ ଆଡେ ତାର ବିଦାଇ ର ଦୁଃଖ। ସବୁ ମାତା ପିତା ନିଜ ଝିଅ ଙ୍କ ବିବାହ ବହୁତ ଧୁମଧାମରେ କରିବାର ସ୍ୱପ୍ନ ଦେଖି ଥାନ୍ତି। ଏବଂ ଦୁନିଆ ର ସମସ୍ତ ଖୁସି ସେ ନିଜର ଝିଅ ର କୋଳରେ ଅଜାଡି ଦେବା ପାଇଁ ଚାହିଁ ଥାନ୍ତି। ସବୁ ମାତା ପିତା ନିଜ ସାମର୍ଥ୍ୟ ର ଅନୁସାରେ ନିଜ ଝିଅ କୁ ଯୌତୁକ ଦେଇ ଥାଆନ୍ତି ଏବଂ ଆଶା କରନ୍ତି କି ତାଙ୍କ ଝିଅ ର ଘର ସବୁବେଳେ ହରା ଭରା ରହୁ। ଏମିତି ରେ ସବୁ ମାତା ପିତା ନିଜ ସାମର୍ଥ୍ୟ ର ଅନୁସାରେ ଝିଅ କୁ ପାଳି ପୋଷି ବଡ଼ କରିଥାନ୍ତି।

ଏବଂ ତାକୁ ସବୁ ଖୁସି ଦେବାପାଇଁ ଚେଷ୍ଟା କରିଥାନ୍ତି। ଏବଂ ଝିଅ ବିବାହ ପରେ ନିଜ ଶାଶୂ ଘରକୁ ଯୌତୁକ ସହିତ ନିଜର ସଂସ୍କାର ଏବଂ ନୀତି ସଙ୍ଗରେ ନେଇ ଥାଏ। ଯାହା ତାର ବୈବାହିକ ଜୀବନରେ ବହୁତ ଉପଯୋଗୀ ହୋଇ ଥାଏ।

ଆମେ ନିଜ ଝିଅ କୁ ସବୁକିଛି ଦେଇ ପାରିବା ଯାହା ଆମ ପାଇଁ ସମ୍ଭବ କିନ୍ତୁ ଜାଣିଥାନ୍ତୁ ଝିଅ କୁ ବିଦା କରିବା ସମୟରେ ଯେଉଁ ଵସ୍ତୁ ଆମେ ତାକୁ ଦେଇଥାଉ। ସେଥି ମଧ୍ୟ ରୁ କିଛି ଵସ୍ତୁ ଉପଯୋଗୀ ଥାଏ ଏବଂ ଶୁଭ ଥାଏ। ଏବଂ ଏପରି କିଛି ଵସ୍ତୁ ଥାଏ ଯାହା ତାଙ୍କ ପାଇଁ ଆଦୌ ଉଚିତ ନୁହେଁ ଏବଂ ଅଶୁଭ ଅଟେ।

ଏହାକୁ ଦେଲେ ଆପଣଙ୍କର ଓ ଆପଣଙ୍କ ଝିଅ ଦୁଇ ଜଣଙ୍କର ଅସୁବିଧା ହେବ। ତେବେ ଚାଲନ୍ତୁ ଆମେ ଜାଣିନେବା ସେ କେଉଁ ଵସ୍ତୁ ଯାହା ଦ୍ୱାରା ଆପଣଙ୍କର ଏବଂ ଆପଣଙ୍କ ଝିଅ ର କ୍ଷତି ହୋଇ ପାରେ।କିନ୍ତୁ ଚାଲନ୍ତୁ ପ୍ରଥମେ ଜାଣିନେବା କି କେଉଁ ଵସ୍ତୁ ଝିଅ କୁ ଦେବା ଉଚିତ- ୧- ମାତା ଅନ୍ନପୂର୍ଣ୍ଣା ଙ୍କ ଆଶୀର୍ବାଦ ରେ ସର୍ଵଦା ଧନ ଧ୍ୟାନ ବୃଦ୍ଧି ହୁଏ ତେଣୁ ସମସ୍ତ ମାତା ପିତା ମାଆ ଅନ୍ନପୂର୍ଣ୍ଣା ଙ୍କ ଛୋଟ ମୂର୍ତ୍ତି ହେଉ କିମ୍ବା ଫୋଟୋ ତାଙ୍କୁ ଦେବା ଉଚିତ।ଏହା ଦ୍ୱାରା ତାଙ୍କ ଶାଶୂ ଘରେ ସର୍ଵଦା ଧନ ଧ୍ୟାନରେ ପୂର୍ଣ୍ଣ ରହିବ ଏବଂ ଖୁସି ରେ ରହିବେ।

୨- ଏକ ବାଳ ଗୋପାଳ ଙ୍କ ମୂର୍ତ୍ତି ଦେବା ଉଚିତ କାରଣ ଏହାର ମାନ୍ୟତା ରହିଛି କି ତାଙ୍କ ଆଶୀର୍ବାଦ ଯୋଗୁଁ ତାଙ୍କ ଝିଅଙ୍କ ଘରେ ଶୀଘ୍ର ଏକ କୁନି ସନ୍ତାନ ଟି ଆସିବ। ୩- ତୃତୀୟ ଟି ହେଲା ରାମାୟଣ କାରଣ ଆମେ ସମସ୍ତେ ଜାଣିଛୁ କି ରାମାୟଣ ଗ୍ରନ୍ଥରେ ଆମ ଜୀଵନ ର ସମସ୍ତ ରଙ୍ଗ ର ବର୍ଣ୍ଣନା ଥାଏ। ତ୍ୟାଗ ଏବଂ ସମ୍ପର୍କ ର ମହତ୍ତ୍ଵ ବୁଝେଉ ଥିବା ଏହି ଗ୍ରନ୍ଥ ନିଜ ଝିଅ କୁ ବିଦାଇ ସମୟରେ ଦେବା ଉଚିତ। ତେବେ ଚାଲନ୍ତୁ ଏବେ ଜାଣିବା କି କେଉଁ ଜିନିଷ ଆଦୌ ଦେବା ଉଚିତ ନୁହେଁ-

୧- ପ୍ରଥମ ଵସ୍ତୁ ହେଉଛି ଭଗବାନ ଗଣେଶଙ୍କ ମୂର୍ତ୍ତି। ଗଣେଶ ସମସ୍ତ କାର୍ଯ୍ୟ ର ବିଘ୍ନ ହର୍ତା ସେ ସବୁବେଳେ ଶୁଭ ଭାବରେ ରହିଥାନ୍ତି। କିନ୍ତୁ ସର୍ଵଦା ଗଣେଶ ଓ ଲକ୍ଷ୍ମୀ ଙ୍କୁ ଏକାଠି ପୂଜା କରାଯାଇଥାଏ। ତେଣୁ ମାନ୍ୟତା ଅଛି କି ଗଣେଶଙ୍କ ସହ ଆପଣଙ୍କ ର ଧନ ମଧ୍ୟ ପଳାଇ ଯିବ। କିନ୍ତୁ ଯଦି ମୂର୍ତ୍ତି ଦେବାର ଅଛି ତେବେ ସର୍ବଦା ବିରାଜମାନ ଅବସ୍ଥା ରେ ହିଁ ଦେବା ଉଚିତ ଛିଡା ହୋଇଥିବା ପ୍ରତିମା ଦେବା ଉଚିତ ନୁହେଁ। ୨- ଦ୍ଵିତୀୟ ଟି ହେଉଛି ଝାଡୁ। ଝାଡୁ କୁ ଘରେ ଲକ୍ଷ୍ମୀ ଙ୍କ ରୂପରେ ପୂଜା କରାଯାଏ ତେବେ ଧ୍ୟାନ ଦିଅନ୍ତୁ କି ଆପଣ ଝିଅ ବିଦାଇ ସମୟରେ ଝାଡୁ ଦେଉଥିଲେ ଆପଣ ନିଜ ଘର ର ଲକ୍ଷ୍ମୀ ଙ୍କୁ ମଧ୍ୟ ବିଦା କରି ଦେଉଛନ୍ତି।

୩- ତୃତୀୟ ଟି ହେଉଛି ଛୁଞ୍ଚି କିମ୍ବା ଛୁରୀ ଭଳି ଵସ୍ତୁ ମଧ୍ୟ ଦିଅନ୍ତୁ ନାହିଁ। ଏହାକୁ ସାଙ୍କେତିକ ରୂପରେ ଖରାପ ବୋଲି ମାନି ନିଆ ଯାଇଥାଏ। ଏବଂ ତେଜ ସ୍ୱଭାବ ର ମଧ୍ୟ କୁହାଯାଏ। କିନ୍ତୁ ଶାଶୁ ଘରକୁ ଯିବା ସମୟରେ ନିଜର ତେଜ ସ୍ୱଭାବ କୁ ଛାଡି ଯିବା ଉଚିତ। ୪- ଚତୁର୍ଥ ଵସ୍ତୁ ହେଉଛି ମହାଭାରତ। ମହାଭାରତ ରେ ପାରିବାହିକ କଳହ ଏବଂ ରାଜନୀତି ଏବଂ ଷଡ଼ଯନ୍ତ୍ର ର ହିଁ ବର୍ଣ୍ଣନା କରାଯାଇଛି। ତେଣୁ ଏହା ଦେବା ଉଚିତ ନୁହେଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button