ଦେଶ- ବିଦେଶ

ପାର୍ଲର ଭଳି ଚମକ ଆଣିବା ପାଇଁ ଘରେ ବନାନ୍ତୁ ପ୍ରାକୃତିକ ସ୍କ୍ରବ, ତ୍ୱଚା ଦିଶିବ ଏକଦମ୍‌ ଗୋରା

ଗରମ ଦିନରେ ଝାଳ କାରଣରୁ ଚେହେରାରୁ ସୁନ୍ଦରତା ଏବଂ ଗ୍ଲୋ ଫିକା ପଡିଯାଏ। କେବଳ ଏତିକି ନୁହେଁ ମେକଅପ୍‌ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ। ଏମିତିରେ ଆପଣଙ୍କୁ ଦରକାର ନିଜ ତ୍ୱଚାରେ ଗ୍ଲୋ ଆଣିବା। ଏଥିପାଇଁ ଆଜି ଆମେ ଆପଣଙ୍କୁ ପାର୍ଲର ଭଳି ଚମକ ଦେବାର ଉପାୟ ଜଣାଇବୁ। ଏହାକୁ ବ୍ୟବହାର କରିବା ଦ୍ୱାରା ନା କେବଳ ଚେହେରାରୁ ଡଷ୍ଟ ସଫା ହୋଇଥାଏ ବରଂ ତ୍ୱଚାରେ ପୂର୍ବ ଭଳି ଗ୍ଲୋ ଆସିଥାଏ। ତେବେ ଆସନ୍ତୁ ଜାଣିବା ଏହି ସ୍କ୍ରବ ବିଷୟରେ।

orangeକମଳା ଚୋପାର ସ୍କ୍ରବ

ଆମେ ସାଧାରଣତଃ କମଳା ଖାଇ ଚୋପା ଫୋପାଡିଦିଅନ୍ତି। କିନ୍ତୁ ଚୋପାକୁ ନ ଫୋପାଡି ସୁଖାଇ ପାଉଡର ପ୍ରସ୍ତୁତ କରନ୍ତୁ। କାହିଁକିନା ଏହି ପାଉଡର ବହୁତ ଭଲ ସ୍କ୍ରବିଂର କାମ କରିଥାଏ। ଏହି ପାଉଡରରେ ମୁଲତାନି ମାଟି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟକୁ ସ୍କ୍ରବ ଭଳି ଲଗାଇ ହାଲକା ହାତରେ ମସାଜ୍‌ କରନ୍ତୁ। ଘରେ ପ୍ରସ୍ତୁତ ହୋଇଥିବା ଏହି ସ୍କ୍ରବ ଚେହେରାରେ ଚମକ ଆଣିବ।

ବେକିଙ୍ଗ୍‌ ସୋଡା ସ୍କ୍ରବ

ଚେହେରା ଇନଷ୍ଟାଣ୍ଟ ଚମକ ଆଣିବା ପାଇଁ ଦୁଇ ବଡ ଚାମଚ ବେକିଙ୍ଗ୍‌ ସୋଡା, ଏକ ଛୋଟ ଚାମଚ ଡାଲଚିନି ପାଉଡର, ଲେମ୍ବୁରସ ଅଧା ଚାମଚ ଏବଂ ମହୁ ମିଶାନ୍ତୁ। ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ତ୍ୱଚାରେ ଲଗାଇ ପାଞ୍ଚ ମିନିଟ୍‌ ରଖନ୍ତୁ। ଧ୍ୟାନ ରଖନ୍ତୁ ଏହି ପେଷ୍ଟର ବ୍ୟବହାର ସପ୍ତାହରେ ଦୁଇ ଥରରୁ ଅଧିକ ଥର କରିବା ଅନୁଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button