ରାଜ୍ୟ

ସାମ୍ନାକୁ ଆସିଲା ଅଜବ ଘଟଣା…ପାଣିରେ ଭାସିଲା ପଥର…ବିଶ୍ବାସ ନହେଲେ ବି କଥାଟା ସତ…ସତ ହୋଇଗଲା କି Malika Bachana

ଦର୍ଶକ ବନ୍ଧୁ ପୁରାଣ ରେ ଯାହା କି ପଢିଥିଲେ ଆଉ ଶୁଣିଥିଲେ ଆହା ଆଜି ସ୍ଵଚକ୍ଷୁ ରେ ଦେଖିବାକୁ ପାଇଛନ୍ତି ଲୋକେ । ପାଣି ରେ ପଥର ଭାସୁ ଥିବାର ଦେଖି ନିଜକୁ ଭାଗ୍ଯବାନ ମନେ କରୁଛନ୍ତୁ ଶ୍ରଦ୍ଧାଳୁ । ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ପୁରୀ ଗୋପ ଅଞ୍ଚଳରେ । ପୁରାଣ ରେ ଲେଖା ଅଛି ଯେବେ ପ୍ରଭୁ ଶ୍ରୀରାମ ସମୁଦ୍ର ପାର କରିବା ପାଇଁ ସମୁଦ୍ର ରେ ପଥର ରେ ବନ୍ଧା ଯାଇଥିଲା ରାମ ସେତୁ । ବାନର ସେନା ର ଅକ୍ଲାନ୍ତ ପରିଶ୍ରମରେ ଗଭୀର ସମୁଦ୍ର ମଝିରେ ବିଶାଳ ପଥରରେ ଶ୍ରୀରାମ ଙ୍କ ଲେଖି ଲେଖି ପକାଇ ଦେଉଥିଲେ ବାନର ସେନା ।

ଆଉ ସେହି ସବୁ ପଥର ସମୁଦ୍ରରେ ଭାସି ଉଠିଥିଲା । ପ୍ରଭୁଙ୍କ ମହିମାରେ ଏପରି ଭାସମାନ ପଥରରେ ଶ୍ରୀଲଙ୍କା କୁ ନିର୍ମାଣ ହୋଇଥିଲା ରାମସେତୁ ବନ୍ଧ । ଏହା ଆଜି ବି ସେପରି ରହିଛି । ଆଜି ବି ଶ୍ରୀଲଙ୍କା ରେ ପାଣିରେ ପଥର ଭାସୁ ଥିବାର ଦେଖାଯାଏ ବୋଲି କୁହା ଯାଉଛି । ଏହାର ଜ୍ଵଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ଆଜି ପୁରୀ ଗୋପ ଅଞ୍ଚଳରେ । ଯାହା ବାସ୍ତବରେ ଗୋଟେ ପଥର ପାଣି ଉପରେ ଭାସୁଛି ।

ଏହି ପଥର କୁ ଏବେ ମନ୍ଦିର ରେ ରଖାଯାଇ ତାର ପୂଜା ବି କରା ଯାଉଛି । ସୂଚନା ଅନୁଯାୟୀ ନିକଟସ୍ଥ କେନାଲ ରୁ ସଞ୍ଜୟ କୁମାର ନାମକ ଜଣେ ବ୍ୟକ୍ତି ମଇଁଷି ଚରାଇବାକୁ ଯାଇଥିଲେ । ସେଠାରେ ସେ କେନାଲ ରେ ରାମସେତୁ ପଥର ଭାସୁ ଥିବାର ଦେଖିବାକୁ ପାଇଥିଲେ । ଗତ ଶୁକ୍ରବାର ମଧ୍ୟାହ୍ନ ରେ ଗୋପ ତହସିଲ ନିକଟସ୍ଥ କେନାଲ ରେ ଗାଧୋଇବା ସମୟରେ ଏକ ଧଳା ଓ ଅଳ୍ପ ଧୂସର ରଙ୍ଗର ପଥର ପାଣିରେ ଭାସୁ ଥିବାର ସେ ଦେଖିବାକୁ ପାଇଥିଲେ ।

ସେ ଭାସମାନ ପଥରକୁ ପାଣିରୁ ଉଠାଇ ଥିଲେ ଆଉ ଆଖପାଖରେ ଥିବା ଲୋକଙ୍କୁ ଜଣାଇ ଥିଲେ । ଅନ୍ୟ ମାନେ ଆଗ୍ରହର ସହ ପଥର କୁ ଦେଖିବାକୁ ଯାଇଥିଲେ । ତାପରେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପଥରକୁ ଉକ୍ତ କେନାଲ କୁ ଫିଙ୍ଗି ଦେଇଥିଲେ । ଏହାପରେ ପଥର ଟି ବୁଡିବା ବଦଳରେ ପାଣିରେ ଭାସି ଉଠିଥିଲା । ଏହା ପରେ କିଛି ଲୋକଙ୍କ ଉପଦେଶରେ ପଥର ଟିକୁ ଭକ୍ତ ବଳରାମ ଦାସ ଙ୍କ ପୀଠ କୁ ନେଇଥିଲେ ଲୋକ ମାନେ ।

ଏହା ପରେ ଏହି ଖବର ଟି ସାରା ଅଞ୍ଚଳରେ ବ୍ୟାପି ଯାଇଥିଲା । ଏବେ ସେହି ରାମସେତୁ ପଥର କୁ ରଖାଯାଇ ପୂଜା ଅର୍ଚ୍ଚନା କରା ଯାଉଛି । ଯାହା ଫଳରେ ଲୋକଙ୍କର ସମାଗମ କ୍ରମଶ ବୃଦ୍ଧି ପାଉଛି । କିଏ ମତ ଦେଉଛି 1200 ଖ୍ରୀଷ୍ଟାବ୍ଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ସିବେଇ ସାମନ୍ତରାୟଙ୍କ ଘର 42 ବାଟି ଟି ପଥର ବୁହାନ ନଦୀ ରୁ ଦେଇ ଯାଉଥିବା ସମୟର କିଛି ଅଂସ ବିଶେଷ ବୋଲି ମତ ଦେଇଛନ୍ତି । ଆଉ କେତେକ କହୁଛନ୍ତି ତ୍ରେତୟା ଯୁଗର ପ୍ରବୁ ଶ୍ରୀରାମ ରାମସେତୁ ବନ୍ଧର ସମୟର ଏହି ପଥର ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button