ରାଜ୍ୟ

Sasmita ଙ୍କୁ ଖୋଜି ଖୋଜି ଗୀତ ଗାଇବାକୁ ସୁଯୋଗ ଦେବା କଣ ମୋର ଭୁଲ ଥିଲା, ଏବେ ସମସ୍ତେ ମୋତେ ଖଳନାୟକ କହୁଛନ୍ତି…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ଭିଡିଓ ଦେଖି ସସ୍ମିତାଙ୍କୁ ଖୋଜି ଗୀତ ଗାଇବାକୁ ସୁଯୋଗ ଦେଲି …. ଏବେ ସମସ୍ତେ ମୋତେ ଖଳନାୟକ ବନାଉଛନ୍ତି” । ପ୍ରୋଡ୍ଯୁସର ସୁବାଷ ମିଡିଆ ସାମ୍ନାରେ ଏଭଳି କହି ଆଖିରୁ ଲୁହ ଝରାଇଛନ୍ତି । ତାଙ୍କ କହିବା ଅନୁସାରେ ସସ୍ମିତାଙ୍କୁ ଖୋଜି ଖୋଜି ଆଣି ଗୀତ ଗାଇବାକୁ ସୁଯୋଗ ଦେବା କଣ ଭୁଲ । ଯାହା ଫଳ ସ୍ୱରୂପ ମୋତେ ଆଜି ଭୋଗିବାକୁ ପଡୁଛି ।

ସୂଚନା ଅନୁସାରେ ରାହୁଲ ସେହିଦିନ ଆସି ସସ୍ମିତାଙ୍କ ପାଇଁ ଘର ଠିକ କରିଛନ୍ତି ବୋଲି କହି ନେଇକି ଯାଇଥିଲେ । ମୁଁ ମଧ୍ୟ ହଁ କହି ଥିଲି କିନ୍ତୁ ପରେ ମୋ ପାଖକୁ ସସ୍ମିତାର ଫୋନ ଆସିଥିଲା ଯେଉଁଥିରେ ସସ୍ମିତା ମୋତେ କହୁଥିଲା ସୁବାଷ ଭାଇ ମୋତେ ଏଇଠୁ ନେଇଯାଅ ମୁଁ ରହିବିନି । ଏଭଳି ଶୁଣି ମୁଁ ମଧ୍ୟ ଡରି ଯାଇଥିଲି ଯେ ଅଧ ରାତିରେ ସସ୍ମିତାଙ୍କୁ ରାହୁଲ ସହ ଛାଡି ଭୁଲ କଲି ।

ମାତ୍ର ମୁଁ ଜାଣିଥିଲି ଯେ ରାହୁଲ ସହ ସେ ଠିକଠାକ ଥିବ ମାତ୍ର ସସ୍ମିତାର ଫୋନ ପରେ ମୁଁ ଭୟଭୀତ ହେଇ ମିଡିଆ ଭାଇମାନଙ୍କୁ କହିଥିଲି ଯେ ସସ୍ମିତା ମୋତେ ଫୋନ କରି ଏମିତି କହିଛି ତେଣୁ ଆପଣମାନେ ବି ମୋ ସହ ଆସନ୍ତୁ । ତା ପରେ କଣ ହେଇଛି ମୁଁ ଜାଣିନି କିନ୍ତୁ ମୁଁ ଅବି ମାନସିକ ଭାବରେ ଭାଙ୍ଗିପଡିଛି । କାରଣ ଲୋକମାନେ ମତେ କମେଣ୍ଟ କରି କହୁଛନ୍ତି କି ମୁଁ ହିଁ ଖଳନାୟକ ଏସବୁ କିଛି ରଚାଇଛି ବୋଲି ।

ଯାହାକୁ ଶୁଣିବା ପରେ ମୋ ଘରଲୋକେ ଘରୁ ତଡିବାକୁ ଲାଗିଛନ୍ତି ଏବଂ କହୁଛନ୍ତି କି ତୋର କଣ ହେଲା ଯେ ସସ୍ମିତାକୁ ଆଣି ଗୀତ ଗାଇବାକୁ କହି ଏତେ ବଡ ଦଣ୍ଡ ଭୋଗ କରୁଛି । ଏହା କହି ପ୍ରଯୋଜକ ସୁବାଷ କାନ୍ଦିବାକୁ ଲାଗିଛନ୍ତି । ଏଣୁ ସେ ମିଡିଆକୁ ବିନତି କରି କହୁଛନ୍ତି କି ଆଉ ଏଭଳି ଖବର କୁହନ୍ତୁ ନାହିଁ ଏହାକୁ ଏଇଠି ଶେଷ କରନ୍ତୁ । ମୋ ଭବିଷ୍ୟତ ଖରାପ ହେଉଛି ।

ତେବେ ସସ୍ମିତାକୁ ନେଇ ସେ ଆଗକୁ ଗୀତ ନ କରିପାରନ୍ତି ବୋଲି କହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button