ସ୍ୱାସ୍ଥ୍ୟ

ଆପଣଙ୍କ ମୁଣ୍ଡରେ ଏକ୍‌ଜିମା ହୋଇଛି କି ? ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ଏକ୍‌ଜିମା ଏକ ପ୍ରକାର ଚର୍ମ ରୋଗ। ଏହା ଶରୀରର କୌଣସି ଜାଗାରେ ମଧ୍ୟ ହୋଇପାରେ। ଏହା ସଂକ୍ରମଣ ହେଲେ ତ୍ୱଚା ରୁକ୍ଷ ଏବଂ ଶୁଷ୍କ ହୋଇଯାଏ ଏବଂ କୁଣ୍ଡାଇ ହୋଇଥାଏ। କିନ୍ତୁ ମୁଣ୍ଡରେ ଏକ୍‌ଜିମା ହେବା ଫଳରେ ମୁଣ୍ଡ ଅତ୍ୟଧିକ କୁଣ୍ଡାଇ ହେବା ସହିତ ଖଣ୍ଡିଏ ହୋଇଯାଏ। କିନ୍ତୁ କିପରି ଏହା ଘରୋଇ ଉପାୟରେ ଭଲ କରିପାରିବେ ଆସନ୍ତୁ ଜାଣିବା ..

neem paste

– ଯଦି ଆପଣଙ୍କ ମୁଣ୍ଡରେ ଏକଜିମା ହୋଇଛି, ତେବେ ଲଣ୍ଡା ହୋଇଯାଆନ୍ତୁ। ତା’ ପରେ ନିମ୍ବ ପତ୍ରକୁ ପାଣିରେ ଫୁଟାଇ ମୁଣ୍ଡ ଧୋଇଦିଅନ୍ତୁ। ଏପରି କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

– ନିମ୍ବ ପତ୍ର ଏବଂ ହଳଦୀ ଏକାଠି ମିଶାଇ ଏକ ପେଷ୍ଟ ପତ୍ର କରିଦିଅନ୍ତୁ। ଏହାକୁ ଏବେ ଭଲ ଭାବେ ମୁଣ୍ଡରେ ଲଗାଇଦିଅନ୍ତୁ। ନିମ୍ବ ସଂକ୍ରମଣକୁ ରୋକିବା ସହ ଏକଜିମା ମଧ୍ୟ ଦୂର କରିବ।

ash

– ମେହେନ୍ଦୀ ପତ୍ରକୁ ପେଷ୍ଟ କରି ମୁଣ୍ଡରେ ଲଗାନ୍ତୁ। ଏହାକୁ ମୁଣ୍ଡରେ ୧୨ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ତା’ ପରେ ମୁଣ୍ଡ ଧୋଇଦିଅନ୍ତୁ, ମିଳିବ ମୁକ୍ତି।

– ନଡିଆର ପାଉଁଶ ଏକଜିମା ପାଇଁ ବେଶ୍‌ ଉପଯୋଗୀ। ନଡିଆ ପାଉଁଶକୁ ମୁଣ୍ଡରେ ଭଲ ଭାବେ ଲଗାଇ ଦିଅନ୍ତୁ। ୧ ଘଣ୍ଟା ରଖିବା ପରେ ଧୋଇଦିଅନ୍ତୁ। ମୁଣ୍ଡ ଏକଜିମାରୁ ମୁକ୍ତି ମିଳିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button