ସ୍ୱାସ୍ଥ୍ୟ

ଇନ୍‌ସୁଲିନ ମାତ୍ରାକୁ ବଢାଇବା ସହ ବ୍ଲଡ ସୁଗାରକୁ ନିୟନ୍ତ୍ରିତ କରେ ଗୁଆଁର, ଶରୀରକୁ ଦେଇଥାଏ ଅନେକ ଫାଇଦା

ଗୁଆଁର ଖାଇବା ପାଇଁ ପ୍ରାୟତଃ କେହି ପସନ୍ଦ କରନ୍ତି ନାହିଁ। କିନ୍ତୁ ଆପଣ ନାପସନ୍ଦ କରୁଥିବା ଏହି ପରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଫାଇଦାଯୋଗ୍ୟ। ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ଫାଇବର ଏବଂ ଭିଟାମିନ୍‌ କେ, ସି, ଏ, କାର୍ବୋ ହାଇଡ୍ରେଟ୍‌ ଇତ୍ୟାଦି ରହିଥାଏ। ଏହାଛଡା ଏଥିରେ ଫସଫରସ, କ୍ୟାଲିସିୟମ, ଆଇରନ ଏବଂ ପୋଟାସିୟମ ମଧ୍ୟ ରହିଛି। ଏଥିରେ ଅଧିକ ମାତ୍ରାରେ ଗ୍ଲାଇସେମିକ ଇଣ୍ଡେକ୍ସ ରହିଥାଏ, ଯାହା ଡାଇବେଟିଜ ଏବଂ ଶରୀରରେ ଥିବା କୋଲେଷ୍ଟ୍ରଲ କମ୍‌ କରିଥାଏ। ଏହି ପରିବାରେ କୌଣସି ପ୍ରକାର କୋଲେଷ୍ଟ୍ରଲ ଏବଂ ଫ୍ୟାଟ୍‌ ନଥାଏ। ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫାଇଦା..

dish

– ଗୁଆଁରରେ ଅଧିକ ମାତ୍ରରେ କ୍ୟାଲସିୟମ ଏବଂ ଫସଫରସ ରହିଥାଏ। ଯାହା ହାଡକୁ ମଜବୁତ କରିବା ସହ ସୁସ୍ଥ ରଖିଥାଏ।

– ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାରେ ମଧ୍ୟ ଏହି ପରିବା କାମ କରିଥାଏ। ଶରୀରରୁ କୋଲେଷ୍ଟ୍ରଲ କମ୍‌ କରିବାରେ ସହାୟକ ହୋଇଥାଏ।

– ଏଥିରେ ଥିବା ଗ୍ଲାଇକୋନ୍ୟୁଣ୍ଟିଏଣ୍ଟସ ତତ୍ତ୍ୱ ଶରୀରରୁ ବ୍ଲଡ ସୁଗାର ନିୟନ୍ତ୍ରିତ କରେ ଯାହା ଇନସୁଲିନ ମାତ୍ରାକୁ ବଢାଇଥାଏ।

gg

– ଗୁଆଁରରେ ଥିବା ଫାଇବର ଯୋଗୁଁ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ ନାହିଁ। ଏହାକୁ ଖାଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ଆସିଯାଏ।

– ଏହା ଗର୍ଭବତୀଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ। ଏଥିରେ ପର୍ଯ୍ୟାପ୍ତ ମାତ୍ରାର ଭିଟାମିନ ରହିଥିବା ଯୋଗୁଁ ଭ୍ରୁଣ ଏବଂ ତାର ହାଡ ସବୁ ବିକାଶ ହୋଇଥାଏ। ଏହାଛଡା ଏଥିରେ ଫଲକି ଏସିଡ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button