ସ୍ୱାସ୍ଥ୍ୟ

ଆପଣଙ୍କ ମୁଣ୍ଡ ବିନ୍ଧୁଛି କି ? ଜାଣନ୍ତୁ କେଉଁ ସମସ୍ୟାରେ ଗତି କରୁଛନ୍ତି ଆପଣ

ବଦଳୁଥିବା ଲାଇଫଷ୍ଟାଇଲ ସାଙ୍ଗକୁ ଖାଦ୍ୟପେୟରେ ଅନିୟମିତତା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ। ମୁଣ୍ଡ ବିନ୍ଧା ହେଲେ ମଣିଷକୁ କିଛି ବି କରିବାକୁ ଇଚ୍ଛା ହୋଇନଥାଏ। ଏପରି ହେବା ଦ୍ୱାରା ମନରେ ବିରକ୍ତି ଭାବ ମଧ୍ୟ ପ୍ରକାଶ ପାଇଥାଏ। ମୁଣ୍ଡ ବିନ୍ଧାର ଅନେକ କାରଣ ରହିଥାଏ କିନ୍ତୁ ମୁଣ୍ଡବିନ୍ଧା କୌଣସି ଗମ୍ଭୀର ରୋଗ ଯୋଗୁଁ ହୋଇନଥାଏ। ସାମାନ୍ୟ ଭାବେ ନିଦ ପୂରଣ ନ ହେବା, ଦାନ୍ତ ବିନ୍ଧା ହେବା, ଥକ୍କାପଣ ଯୋଗୁଁ ଭୁଲ ଔଷଧ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ସମସ୍ୟା ଦେଖାଦିଏ। ଆସନ୍ତୁ ଜାଣିବା ମୁଣ୍ଡବିନ୍ଧା ବିଷୟରେ…..

କଲଷ୍ଟର ମୁଣ୍ଡବିନ୍ଧା
ଏହି ମୁଣ୍ଡବିନ୍ଧା ନିଶାଶକ୍ତ ବ୍ୟକ୍ତିଙ୍କୁ ବେଶୀ ହୋଇଥାଏ। ଏହି ମୁଣ୍ଡ ବିନ୍ଧା ହେବା ଦ୍ୱାରା ଚେହେରା, ମୁଣ୍ଡ, ବେକରେ ଯନ୍ତ୍ରଣା ହୁଏ। ଏହି ବିନ୍ଧା ମୁଣ୍ଡର ଦୁଇ ପାର୍ଶ୍ୱକୁ ପ୍ରଭାବିତ କରିଥାଏ। ଏପରି ମୁଣ୍ଡ ବିନ୍ଧା ହେବାବେଳେ ମୁଣ୍ଡକୁ ତଳକୁ ଜମା ବି କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଯନ୍ତ୍ରଣା ବେଶି ବଢିଯାଏ। ଏପରି ଯନ୍ତ୍ରଣାରୁ ମୁକ୍ତପାଇବା ପାଇଁ ଆପଣଙ୍କୁ ଧୂମ୍ରପାନ ଏବଂ ମଦ୍ୟପାନ ବନ୍ଦ କରିବାକୁ ପଡିବ।

ଚିନ୍ତାରେ ମୁଣ୍ଡ ବିନ୍ଧିବା
ଏପରି ମୁଣ୍ଡବିନ୍ଧା ହେବା ଦ୍ୱାରା ସମ୍ପୂର୍ଣ୍ଣ ମୁଣ୍ଡବିନ୍ଧା ହୋଇଥାଏ। ଏହି ସମୟରେ କୌଣସି ପ୍ରକାର ଶାରୀରିକ ଗତିବିଧି ମଧ୍ୟ ଏହା ଉପରେ ପ୍ରଭାବ ପକାଏ ନାହିଁ। ଏହା ମାଂସପେଶୀ ସଂକୁଚିତ ହେବା କାରଣରୁ ହୋଇଥାଏ। ଏହି ପ୍ରକାର ମୁଣ୍ଡବିନ୍ଧା ୯୦ ପ୍ରତିଶତ ଉକ୍ତ କାରଣ ଯୋଗୁଁ ହୋଇଥାଏ, ଯାହା ଆପେ ଆପେ ଭଲ ହୋଇଯାଏ। ଏପରି ମୁଣ୍ଡବିନ୍ଧା ଅଧିକ ସମୟ ଚିନ୍ତାରେ ରହିବା ଦ୍ୱାରା ହୋଇଥାଏ।

headache 3

ମାଇଗ୍ରେନ
ଏହି ଯନ୍ତ୍ରଣା ମୁଣ୍ଡର ଏକ ଭାଗରେ ହେବା ସହ ଆଖି ଉପରେ ମଧ୍ୟ ପ୍ରଭାବ ପକାଏ। ଯଦି ଏହି ସମୟରେ ଆପଣ କିଛି ବି ଶାରୀରିକ କାମ କରନ୍ତି ତେବେ ଏହି ଯନ୍ତ୍ରଣା ବେଶ ବଢିଯାଏ। ଏହି ସମସ୍ୟା ଅଧିକ ବଂଶାନୁକ୍ରମିକ ହୋଇଥାଏ। ମାଇଗ୍ରେନ ବେଳେ ବେଳେ ଅଧିକ ଏବଂ ବେଳେବେଳେ କମ୍‌ ଯନ୍ତ୍ରଣା ଦେଇଥାଏ। ଏପରି ହେବା ବେଳେ କୌଣସି ଖାଦ୍ୟପଦାର୍ଥ ଦ୍ୱାରା ମଧ୍ୟ ଆଲର୍ଜି ହୋଇପାରେ।

ଦାନ୍ତ ବିନ୍ଧା ଯୋଗୁ ମଧ୍ୟ ମୁଣ୍ଡବିନ୍ଧା ହୋଇଥାଏ
କେବେ କେବେ ଦାନ୍ତ ବିନ୍ଧା ହେବା ଦ୍ୱାରା ମଧ୍ୟ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ। ଦାନ୍ତରେ ଜୀବାଣୁ ଥିବା ଦ୍ୱାରା ମାଢି ବିନ୍ଧା ହେବା ଯୋଗୁଁ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ। ଏପରି ହେବା ଦ୍ୱାରା ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

headache2

ହ୍ୟାଙ୍ଗଓଭର
ହ୍ୟାଙ୍ଗଓଭର ଥିଲେ ମଧ୍ୟ ମୁଣ୍ଡବିନ୍ଧା ହୋଇଥାଏ। ଯେଉଁମାନେ ନିଶା ସେବନ କରିଥାନ୍ତି, ଏପରି ମୁଣ୍ଡବିନ୍ଧାର ଶିକାର ହୋଇଥାନ୍ତି। ଯେଉଁମାନେ ନିଶାଖୋର ହୋଇଯାଇଥାନ୍ତି, ସେମାନେ ଠିକ୍‌ ସମୟରେ ନିଶା ନ କରିବା ଦ୍ୱାରା ଏପରି ମୁଣ୍ଡବିନ୍ଧା ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button