ରାଜ୍ୟ

ଶୀତ ଦିନରେ ‘ପାଲକ ଗାର୍ଲିକ ସୁପ୍‌’ର ମଜା ନିଅନ୍ତୁ, ଘରେ ନିଶ୍ଚିତ ପ୍ରସ୍ତୁତ କରନ୍ତୁ

ଶୀତ ଦିନରେ ସୁପ୍‌ ପିଇବାର ମଜା କିନ୍ତୁ ନିଆରା। ଆପଣମାନେ କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଯାଇଥିବେ ନିଶ୍ଚତ। ପ୍ରଥମେ ରେଷ୍ଟୁରାଣ୍ଟକୁ ଯିବା ବେଳେ ଆପେ ସୁପ୍‌ ଅର୍ଡର କରି ପିଇଥାଉ। କିନ୍ତୁ ଆପଣ ଘରେ ଏପରି ସୁପ୍‌ ପ୍ରସ୍ତୁତ କରି ପିଇପାରିବେ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରି ପିଇବେ ‘ପାଲକ ଗାର୍ଲିକ ସୁପ୍‌’।

ଆବଶ୍ୟକ ସାମଗ୍ରୀ :

୨ କପ୍‌ ପାଳକ କଟା ହୋଇଥିବା
୧/୪ କପ୍‌ ପିଆଜ କଟା ହୋଇଥିବା
୧୦ ରୁ ୧୨ ରସୁଣ (ଛୋଟ ଛୋଟ କଟା ହୋଇଥିବା)
୧ ବଡ ଚାମଚ କର୍ନଫ୍ଲୋର
୧/୪ ଚାମଚ ଜିରା ପାଉଡର
୧ ଟି ତେଜ ପତ୍ର
୨ କପ୍‌ ପାଣି
ଗୋଲମରିଚ ଗୁଣ୍ଡ (ସ୍ୱାଦନୁସାରେ)
ସ୍ୱାଦନୁସାରେ ଲୁଣ
୧ ବଡ ଚାମଚ ଅଲିଭ ଅଏଲ କିମ୍ବା ବଟର

palak

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ପ୍ୟାନ୍‌ରେ ବଟର ଗରମ କରି ସେଥିରେ ତେଜ ପତ୍ର ପକାଇ ଫ୍ରାଏ କରନ୍ତୁ। ତା’ ପରେ ସେଥିରେ ରସୁଣ ପକାଇ ହାଲକ୍‌ା ଭାବେ ଭାଜିଦିଅନ୍ତୁ। ଏବେ ଏଥିରେ ପିଆଜକୁ ପକାଇ ଅଳ୍ପ ସମୟ ପାଇଁ ଫ୍ରାଏ କରିଦିଅନ୍ତୁ। ତା’ ପରେ ପାଳକ, ଗୋଲମରିଚ ଗୁଣ୍ଡ ଏବଂ ଲୁଣ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ତା’ ପରେ କର୍ନଫ୍ଲୋର ପକାଇବା ପରେ ଅଳ୍ପ ପାଣି ଦେଇ ଭଲ ଭାବେ ମିଶାନ୍ତୁ। ୪ ରୁ ୫ ମିନିଟ୍‌ ପର୍ଯ୍ୟନ୍ତ ପାଳକ ସିଝିଗଲା ପରେ ସେଥିରେ ଜିରା ପାଉଡର ପକାଇ ଦିଅନ୍ତୁ। ଏହି ମିଶ୍ରଣକୁ ଏବେ କାଢି ଥଣ୍ଡାହେବା ପାଇଁ ରଖିଦିଅନ୍ତୁ। ଏଥିରୁ ତେଜପତ୍ର ବାହାର କରିଦେବା ପରେ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ଗ୍ରାଇଣ୍ଡିଂ କରିବା ପରେ ଯଦି ମୋଟା ହୋଇଥାଏ, ତେବେ ଅଳ୍ପ ପାଣି ଦିଅନ୍ତୁ। ଏବେ ସୁପ୍‌କୁ ଗରମ କରିବା ପାଇଁ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ଗରମ କରିନିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ହେଲଦି ଏବଂ ଟେଷ୍ଟି ପାଲକ ଗାର୍ଲିକ ସୁପ୍‌।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button