ସମ୍ପର୍କକୁ ମଜଭୁତ କରିବାକୁ ନୁହେଁ ବରଂ ଏହି କାରଣରୁ ପୁରୁଷଙ୍କ ସହ ଡେଟ୍ରେ ଯାଇଥାନ୍ତି ମହିଳା

ପ୍ରକୃତ ପ୍ରେମ ଖୋଜିବାକୁ ମହିଳାମାନେ ପୁରୁଷବନ୍ଧୁଙ୍କ ସହ ସମୟ ଅତିବାହିତ କରିଥାନ୍ତି। ଅଧିକ ସମୟ ଜଣଙ୍କ ସହ ରହିଲେ ଆପଣ ତାଙ୍କ ବିଷୟରେ ଅନେକ କଥା ଜାଣିପାରିବେ। ଜଣେ ବ୍ୟକ୍ତିଙ୍କୁ ଖୁବ୍ ନିକଟରୁ ଜାଣିବାକୁ ମହିଳାମାନେ ସାଧାରଣତଃ ତାଙ୍କ ସହ ଡେଟ୍ରେ ଯାଇଥାନ୍ତି। ସାଧାରଣତଃ ଡେଟ୍ରେ ପୁରୁଷମାନେ ମହିଳାଙ୍କ ମନପସନ୍ଦର ଖାଦ୍ୟ ଅର୍ଡର କରି ତାଙ୍କ ହୃଦୟ ଜିତିବାକୁ ପ୍ରଚେଷ୍ଟା କରିଥାନ୍ତି। କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ପୁରୁଷଙ୍କୁ ଅଧିକ ଜାଣିବାକୁ ନୁହେଁ, ବରଂ ମାଗଣାରେ ଖାଇବାକୁ ମହିଳାମାନେ ଡେଟ୍ରେ ଯାଇଥାନ୍ତି।
ପ୍ରତି ଚାରିଜଣରେ ଜଣେ ମହିଳା କେବଳ ମାଗଣା ଖାଇବା ଲୋଭରେ ଡେଟ୍ରେ ଯାଇଥାନ୍ତି ବୋଲି ସର୍ଭେରେ ଜଣାପଡ଼ିଛି। ଅଜୁସା ପାସିଫିକ୍ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ମେରେଡ୍ ଅଧ୍ୟୟନରୁ ଏହି ସତ୍ୟ ସାମ୍ନାକୁ ଆସିଛି।

ତେବେ ଏହାକୁ ୩୩ ପ୍ରତିଶତ ମହିଳା ସ୍ୱୀକାର ମଧ୍ୟ କରିଛନ୍ତି। ସେହି ମହିଳା ନିଜକୁ ଫୁଡି କହିଛନ୍ତି। ତେଣୁ ଖାଦ୍ୟ ପାଇଁ ସେମାନେ କିଛି ବି କରିବାକୁ ରାଜି ହୋଇଯାଇଥାନ୍ତି ବୋଲି କହିଛନ୍ତି। କିନ୍ତୁ ୬୭ ପ୍ରତିଶତ ମହିଳାଙ୍କ କହିବାନୁସାରେ ସେମାନେ ଖାଇବା ପାଇଁ ନୁହେଁ, ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଡେଟ୍ରେ ଯାଇଥାନ୍ତି।




