ମନୋରଞ୍ଜନ

କାଲି ଛାଡଖାଇ, ଚାଲ ପ୍ରସ୍ତୁତ କରିବା ‘ଟମାଟୋ ଚିକେନ’

କାଲି ଛାଡଖାଇ, ଆପଣ କାଲି କ’ଣ ଖାଇବେ ତାହାକୁ ନେଇ ଆଜିଠୁ ତାଲିକା ପ୍ରସ୍ତୁତ କରିସାରିବେଣି। ତାହା ମାଛ, ଚିକେନ, ମଟନ କିମ୍ବା କଙ୍କଡା ମଧ୍ୟ ହୋଇପାରେ। ଆପଣ ଯଦି ଆମିଷ ପ୍ରିୟ, ତେବେ ଆପଣ ବିଭିନ୍ନ ପ୍ରକାର ସ୍ୱାଦର ଚିକେନ ହେଉ କିମ୍ବା ମଟନ ନିଶ୍ଚିତ ଭାବେ ଖାଇଥିବେ। ତାହା ପୁଣି ଭିନ୍ନ ଷ୍ଟାଇଲ ଏବଂ ଭିନ୍ନ ସ୍ୱାଦର। କିନ୍ତୁ ଘରେ କିପରି ରେଷ୍ଟୁରାଣ୍ଟ ଷ୍ଟାଇଲରେ କିଛି ଅଲଗା ଚିକେନ ତରକାରୀ କରି ଖାଇବାକୁ ଚାହୁଁଚନ୍ତି, ତେବେ ଚାଲନ୍ତୁ ପ୍ରସ୍ତୁତ କରିବା ‘ଟମାଟୋ ଚିକେନ’।

ଆବଶ୍ୟକ ସାମଗ୍ରୀ :

ଚିକେନ (କଟା ହୋଇଥିବା)
ଟମାଟର ପ୍ୟୁରୀ
ଘିଅ
ପିଆଜ
ଅଦା ରସୁଣ ପେଷ୍ଟ
ହଳଦୀ
ଲଙ୍କା ପାଉଡର, କଞ୍ଚା ଲଙ୍କା କଟା ହୋଇଥିବା
ଲୁଣ
ତେଲ
ଧନିଆପତ୍ର

tamato

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଅଳ୍ପ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ କରି ଟମାଟର ପ୍ୟୁରୀ ପକାଇ ଭଲ ଭାବେ କଷି ଦିଅନ୍ତି। ଏବେ ଅନ୍ୟ ଏକ ପ୍ୟାନରେ ଘିଅ ଗରମ କରି ସେଥିରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଗଲେ ସେଥିରେ ଚିକେନ, ଅଦା ରସୁଣ ପେଷ୍ଟ ପକାଇ ୧୫ ରୁ ୨୦ ମିନିଟ କଷନ୍ତୁ। ଏହା ପରେ ଟମାଟର ପ୍ୟୁରୀ ପକାଇ ହଳଦୀ, ଲଙ୍କା ପାଉଡର, କଞ୍ଚା ଲଙ୍କା, ଲୁଣ ଏବଂ କିଛି ପାଣି ପକାଇ କଷାନ୍ତୁ। ୧୦ରୁ ୧୫ ମିନିଟ୍‌ ଢାଙ୍କୁଣୀ ଘୋଡାଇ ରଖି ଆଞ୍ଚରେ ବସାଇ ଦିଅନ୍ତୁ। ସମୟ ହୋଇଗଲେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ପ୍ରିୟ ‘ଟମାଟୋ ଚିକେନ’। ଏହାକୁ ଆପଣ ଭାତ କିମ୍ବା ରୁଟି ସହିତ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button