ମନୋରଞ୍ଜନ

ପୁନମ ପାଣ୍ଡେଙ୍କ ମୃତ୍ୟୁର ପ୍ରଚାର ପଛରେ ସର୍ଭିକାଲ୍‌ କ୍ୟାନ୍‌ସର ସଚେତନତା ନଥିଲା! – Kalinga News

[ad_1]

ନୂଆଦିଲ୍ଲୀ: ଶୁକ୍ରବାର ମଡେଲ୍‌ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସର୍ଭିକାଲ୍‌ କ୍ୟାନସରରେ ମୃତ୍ୟୁ ଘଟିଥିବା ନେଇ ତାଙ୍କର ମ୍ୟାନେଜର ଓ ପରିବାର ସଦସ୍ୟମାନେ କହିଥିଲେ। ଏହାର ୨୪ ଘଣ୍ଟା ପରେ ପୁନମ ସାମାଜିକ ଗଣମାଧ୍ୟମରେ କହିଥିଲେ ଯେ ଦେଶରେ ବଢ଼ୁଥିବା ସର୍ଭିକାଲ୍‌ କ୍ୟାନସ୍‌ର ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏଭଳି ମିଥ୍ୟା ମୃତ୍ୟୁର ନାଟକ ରଚନା କରିଥିଲେ । ସର୍ଭିକାଲ୍‌ କ୍ୟାନସର ନିମନ୍ତେ ସେ ପ୍ରସ୍ତୁତ କରିଥିବା ୱେବ୍‌ସାଇଟ୍‌କୁ ଦେଖିବାକୁ ଅନୁରୋଧ କରିଥିଲେ।
ଇଣ୍ଡିଆ ଟୁଡେ ଟିମ୍‌ର ଅନୁସନ୍ଧାନରେ ପୁନମ୍‌ ପାଣ୍ଡେଙ୍କ ସର୍ଭିର୍କାଲ୍‌ କ୍ୟାନ୍‌ସର ପାଇଁ ସଚେତନତା ନିମନ୍ତେ ମୃତ୍ୟୁ ନାଟକ କଥା ମିଛ ବୋଲି ଆପାତତଃ ଜଣାପଡ଼ିଛି। କାରଣ ପୁନମ ପାଣ୍ଡେ ଯେଉଁ ୱେବ୍‌ସାଇଟ୍‌ର କଥା କହିଥିଲେ ତାହା ୧୮ ଜୁଲାଇ ୨୦୨୩ରେ ପଞ୍ଜୀକୃତ ହୋଇଛି। ଯଦିଓ ସେ ତାଙ୍କର ମୃତ୍ୟୁ ନାଟକ ଅନେକ ମାସ ପୂର୍ବରୁ ଯୋଜନା କରିଥିଲେ, କିନ୍ତୁ ତାହା ସର୍ଭିକାଲ୍‌ କ୍ୟାନ୍‌ସର ସଚେତନତା ନିମନ୍ତେ ହୋଇନପାରେ ବୋଲି କେତେକ ରିପୋର୍ଟରେ କୁହାଯାଇଛି। ପୁନମ୍‌ ପାଣ୍ଡେ ଗତ ୧୧ ବର୍ଷ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଯେତିକି ପୋଷ୍ଟ କରିଛନ୍ତି ସେଥିରେ ନିର୍ଦ୍ଦିଷ୍ଟଭାବେ ସ୍ବାସ୍ଥ୍ୟ, କ୍ୟାନ୍‌ସର ଓ ସର୍ଭିକାଲ୍‌ କ୍ୟାନସର ଭଳି ଶବ୍ଦ କିମ୍ବା ପ୍ରସଙ୍ଗ ନାହିଁ। ୧ ବର୍ଷ ମଧ୍ୟରେ ଓ ୱେବ୍‌ସାଇଟ୍‌ ପ୍ରସ୍ତୁତ ହେବା ପରେ ସର୍ଭିକାଲ୍‌ କ୍ୟାନ୍‌ସର ସମ୍ପର୍କରେ କୌଣସି ପୋଷ୍ଟ କରିନାହାନ୍ତି। ଅପରପକ୍ଷରେ ଏଭଳି ମୃତ୍ୟୁ ନାଟକ ଦ୍ବାରା ପୁନମଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫଲୋଅର୍ସ (ଅନୁଗାମୀ)ଙ୍କ ସଂଖ୍ୟା ୧ ଲକ୍ଷ ବୃଦ୍ଧି ଘଟିଛି ଓ ଶନିବାର ସୁଦ୍ଧା ମୋଟ ଅନୁଗାମୀଙ୍କ ସଂଖ୍ୟା ୧ କୋଟି ୩୦ଲକ୍ଷ ଛୁଇଁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button