ମନୋରଞ୍ଜନ
ଘରେ ବନାନ୍ତୁ ‘କେସର ପେଡା’, ସାଥି ପରିଜନଙ୍କୁ ଖୁଆଇ ପାଆନ୍ତୁ ବାଃ ବାଃ

ଦୀପାବଳିରେ ଘରକୁ ମଧୁରତାରେ ଭରି ଦିଅନ୍ତୁ। ଏହି ପର୍ବକୁ ଦୁନିଆରେ ଦେଶରେଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଏ। ଘରକୁ ଆସୁଥିବା ଅତିଥିଙ୍କୁ ବନାଇ ଖୁଆନ୍ତୁ ମିଠା। ତେବେ ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ‘କେସର ପେଡା’ ବନାଇବାର ପ୍ରସ୍ତୁତି।
ଆବଶ୍ୟକୀୟ ସାମଗ୍ରୀ
ଖୁଆ ୨୫୦ ଗ୍ରାମ
୩ ବଡ ଚାମଚ ଚିନି
ଅଳ୍ପ କେସର କ୍ଷୀରରେ ଭିଜାନ୍ତୁ
୨ ବଡ ଚାମଚ ଗରମ କ୍ଷୀର
ଆବଶ୍ୟକୀୟ ଅନୁସାରେ ଦେଶୀ ଘିଅ
ସାମାନ୍ୟ ପିସ୍ତା ଛୋଟ କଟା ହୋଇଥିବା
ଅଳ୍ପ ଅଳେଇଚ ପାଉଡର
ପ୍ରସ୍ତୁତି ପ୍ରଣାଳୀ
-ଖୁଆକୁ କୋରି ଦିଅନ୍ତୁ
-ଏବେ ଏକ କଡାଇରେ ଖୁଆ ଏବଂ ଚିନି ମିଶାଇ ଘୋଳ କରି ଧୀମା ଆଞ୍ଚରେ ରାନ୍ଧନ୍ତୁ
-ଚିନି ପୂରା ମିଶିଲା ପରେ କେସର ଏବଂ କ୍ଷୀର ପକାଇ ଚଲାନ୍ତୁ
-ଯେତେବେଳେ ମିଶ୍ରଣ ଗାଢ଼ା ହୋଇଯିବ ସେଥିରେ ଅଳେଇଚ ପାଉଡର ମିଶାଇ ଆଞ୍ଚରୁ ବାହାର କରିଦିଅନ୍ତୁ ଏବଂ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ
-ଏବେ ପାପୁଲିରେ ଦେଶୀ ଘିଅ ଲଗାଇ ମିଶ୍ରଣକୁ ଛୋଟ ଛୋଟ ଆକାର ଦିଅନ୍ତୁ। ଏହାପରେ ପିସ୍ତାରେ ସଜାନ୍ତୁ




