ସ୍ୱାସ୍ଥ୍ୟ

ଅନେକ ଗୁଣରେ ଭରପୁର ଲାଉ, ଜାଣିଲେ ତୁରନ୍ତ କରିବେ ଖାଇବା ଆରମ୍ଭ

ସାଧାରଣତଃ ସବୁଜ ପନିପରିବା ଆମ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏହାର ସେବନ ଶରୀରରେ ଉର୍ଜା ଜାତ କରିବା ସହ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଆଜି ଆମେ ପରିବା ଭାବେ ଖିଆଯାଇଥିବା ଲାଉର ଉପକାରୀତା ବିଷୟରେ କହିବାକୁ ଯାଉଛୁ। ଏହା ପେଟ ସଫା କରିବା ସହ ମେଦହ୍ରାସ କରିବାରେ ସହାୟକ ହୋଇଥାଏ।

lau

ଲାଉର ଉପକାରୀତା

-ପାଚନ ଜନିତ ସମସ୍ୟା ହୋଇଥିଲେ ଅଧା ଗିଲାସ ଲାଉ ଜୁସ ସହ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ। ଦେଖିବେ ଆପଣଙ୍କ ଅସୁବିଧା ତୁରନ୍ତ ଦୂର ହୋଇଯିବ।

-କାସ, ଟିବି, ଛାତି ଜଳାଇବା ଆଦି ସମସ୍ୟାକୁ ତୁରନ୍ତ ଦୂର କରିଥାଏ ଲାଉ।

– ଲାଉ ରସ ସହ ଏହାକୁ ତରକାରୀ ବା ସନ୍ତୁଳା ଭାବେ ଖାଇବା ମଧ୍ୟ ଖୁବ ଭଲ ରହିଥାଏ।ଏହା ଦ୍ବାରା ମଧୁମେୟ , ରକ୍ତଚାପ ଆଦି ନିୟନ୍ତ୍ରିତ ରହିଥାଏ। ଏହାର ଦୈନିକ ସେବନ ହାର୍ଟ ଆଟକ ହେବାର ସମ୍ଭାବନାକୁ କମ କରିଥାଏ।

Lauki-juice

-ଲାଉରେ ଶିଷ୍ଠ ରୁପକ ପୋଟାସ୍ୟିମ ପ୍ରଚୁର ମାତ୍ରାରେ ରହିଥାଏ। ଯାହା କିଡନୀକୁ ସୁସ୍ଥ ରଖିବା ସହ ପରିସ୍ରା ଜନିତ ସମସ୍ୟାକୁ ଦୂର କରିଥାଏ।

-ଖାଲି ଲାଉ ନୁହଁ ଏହାର ମଞ୍ଜି ତେଲର ସେବନ କଲେଷ୍ଟ୍ରଲର ମାତ୍ରା କମ କରିଥାଏ। ଯାହା ହ୍ରୁଦ୍ ଜନିତ ସମସ୍ୟାକୁ ଦୂର କରିଥାଏ।

-ଦୈନିକ ଲାଉ ଜୁସ ସେବନ ମେଦହ୍ରାସ କରିବାରେ ବେଶ ସହାୟକ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button