ଦେଶ- ବିଦେଶ

ଏମିତି ଏକ ଫୁଲ ଯାହାର ଗୋଟିଏ ନୁହେଁ, ରହିଛି ହଜାରେ ଗୁଣ

ମନ୍ଦିର କିମ୍ବା ଘରେ ଆୟୋଜିତ କୌଣସି ପୂଜା ପାର୍ବଣରେ ଆମେ ସାଧାରଣତଃ ଗେଣ୍ଡୁ ଫୁଲର ମାଳ ବ୍ୟବହାର କରିଥାଉ। ଅନ୍ୟ ଫୁଲକୁ ମଧ୍ୟ ପୂଜାରେ ବ୍ୟବହାର କରାଯାଉଥିବା ବେଳେ ଗେଣ୍ଡୁ ଫୁଲର କିନ୍ତୁ ରହିଛି କେତେକ ସ୍ୱତନ୍ତ୍ରତା। ଫଳରେ ଗୋଲାପ, ଟଗର, ମନ୍ଦାର ଠାରୁ ଆଗରେ ରହିଥାଏ ଏହି ଫୁଲ। ଆସନ୍ତୁ ଜାଣିବା ଗେଣ୍ଡୁ ଫୁଲର ସ୍ୱତନ୍ତ୍ରତା…

୧.ଅହଙ୍କାରକୁ କରେ କମ୍‌:

ପୁରାଣ ଅନୁସାରେ ଗେଣ୍ଡୁ ଫୁଲ ବ୍ୟକ୍ତିର ଅହଙ୍କାରକୁ କମ୍‌ କରିଥାଏ। ଗେଣ୍ଡୁର ହଳଦିଆ ରଙ୍ଗ ତ୍ୟାଗ ଓ ମୋହ ମାୟାକୁ ଦୂରେଇବାକୁ ଶିକ୍ଷା ଦେଇଥାଏ।

୨.ଏକାଠି ରହିବା ଶିଖାଏ:

ଗେଣ୍ଡୁ ଫୁଲର ଅଗଣିତ ପାଖୁଡ଼ା ଗୋଟିଏ ବୀଜ ସହ ଲାଗି ରହିଥାଏ। ଯାହା ଆମକୁ ଏକାଠି ରହିବା ଶିଖାଇଥାଏ। ଏହା ବ୍ୟକ୍ତିଙ୍କୁ ଉତ୍ତମ ହେବାକୁ ଶିକ୍ଷା ଦିଏ। ହଜାର ହଜାର ନେତା ଥିଲେ ମଧ୍ୟ ଜଣେ ଭଲ ନେତା ଯେପରି ସମସ୍ତଙ୍କୁ ଏକାଠି କରି ରଖିଥାଏ, ସେହିପରି ଗେଣ୍ଡୁ ଫୁଲ ଏକାଠି ରହିବା ଶିଖାଏ।

୩.ଏକ ପାଖୁଡ଼ାରୁ ମଧ୍ୟ ବଞ୍ଚିପାରେ:

ଗେଣ୍ଡୁ ଏକ ଏମିତି ଫୁଲ ଯାହାର ଗଛ ମାତ୍ର ଗୋଟିଏ ପତ୍ରରୁ ହିଁ ବଞ୍ଚିଯାଇପାରେ। ଏହା ଆତ୍ମାର ସ୍ୱତନ୍ତ୍ରତାକୁ ଦର୍ଶାଇଥାଏ। କୌଣସି ଆତ୍ମାର ମୃତ୍ୟୁ ନଥାଏ, ଏହା କେବଳ ଶରୀର ବଦଳାଇଥାଏ ଓ ଅନ୍ୟ ରୂପରେ ଜୀବନ୍ତ ରହିଥାଏ।

୪.ମୁଖ୍ୟ ଫାଟକରେ ଟାଙ୍ଗିଲେ ମିଳିଥାଏ ଶୁଭଫଳ:

ଗେଣ୍ଡୁ ଫୁଲର ମାଳକୁ ଘରର ମୁଖ୍ୟ ଫାଟକ ସାମ୍ନାରେ ଟାଙ୍ଗିବା ଦ୍ୱାରା ଶୁଭ ଫଳପ୍ରାପ୍ତି ହୋଇଥାଏ। ଘରକୁ ନକାରାତ୍ମକ ଶକ୍ତିର ପ୍ରବେଶକୁ ମଧ୍ୟ ଏହା ରୋକିଥାଏ। କ୍ଷତିକାରକର ଉର୍ଜାରୁ ମୁକ୍ତି ଦେବାରେ ମଧ୍ୟ ଗେଣ୍ଡୁ ଫୁଲ ସହାୟକ ହୋଇଥାଏ।

୫.ଅଧିକ ସମୟ ପର୍ଯ୍ୟନ୍ତ ଦିଏ ସୁଗନ୍ଧ:

ଗେଣ୍ଡୁ ଫୁଲ ଅଧିକ ସମୟ ପର୍ଯ୍ୟନ୍ତ ସୁଗନ୍ଧ ଦେଇଥାଏ। ମଉଳିଯିବା ପରେ ମଧ୍ୟ ଏହା ବାସ୍ନା ହୋଇଥାଏ। ଗୋଣ୍ଡୁ ଫୁଲର ଏହି ଗୁଣ ଶିକ୍ଷା ଦିଏ ଯେ ଆମେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ମଧ୍ୟ ଧୈର୍ଯ୍ୟ ହରାଇବା ଅନୁଚିତ୍‌।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button