ଜାଣନ୍ତୁ କେଉଁ କେଉଁ ରୋଗ ପାଇଁ କଳା ଜିରା ରାମ ବାଣ ସଦୃଶ ହୋଇଥାଏ

ଆମ ସମସ୍ତଙ୍କ ଘରେ ପ୍ରାୟ ସବୁବେଳେ କଳା ଜିରା ମହଜୁଦ ଥାଏ । ରନ୍ଧା ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ରୋଷେଇରେ କଳା ଜିରାର ବ୍ୟବହାର କରାଯାଇଥାଏ । କିନ୍ତୁ ଜାଣନ୍ତିକି ଏହି କଳା ଜିରା ବହୁ ବଡ ବଡ ରୋଗକୁ ମଧ୍ୟ ଦୂର କରିଦେଇପାରେ । ଏଥିରେ ଥିବା ପୋଷାକ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଏହା ଦ୍ୱାରା ଶରୀରରେ ରୋଗ ହେବା ଆଶଙ୍କା ବହୁ ଗୁଣ କମିଯାଏ । ଆସନ୍ତୁ ଜାଣିବା କେଉଁ କେଉଁ ରୋଗ ପାଇଁ କଳା ଜିରା ରାମ ବାଣ ସଦୃଶ କାମ କରିଥାଏ । କଳା ଜିରା ସେବନ ଦ୍ୱାରା ଶରୀରର ଉର୍ଜା ବୃଦ୍ଧି ହେବା ସହ ଥକା ପଣ ମଧ୍ୟ ମେଣ୍ଟି ଯାଇଥାଏ ।
ସର୍ଦ୍ଦି,କାଶ,କଫ ପାଇଁ କଳା ଜିରା ବହୁ ଉପଯୋଗୀ ହୋଇଥାଏ । ଯଦି ଆପଣଙ୍କୁ ବହୁ ଦିନ ଧରି ସର୍ଦ୍ଦି,କାଶ ଲାଗି ରହୁଛି ତେବେ କିଛି କଳା ଜିରାକୁ ଅଳ୍ପ ଭାଜି ସେଗୁଡିକୁ ଛୋଟ କପଡ଼ାରେ ବାନ୍ଧି ଏହାକୁ ଶୁଙ୍ଘନ୍ତୁ । ଏହା ଦ୍ୱାରା ଆପଣଙ୍କୁ ବହୁ ଦିନ ଧରି ଲାଗି ରହୁଥିବା ସର୍ଦ୍ଦି,କାଶ ପରି ସମସ୍ୟାରୁ ନିଶ୍ଚିତ ରୂପେ ମୁକ୍ତି ମିଳିବ ।

କଳା ଜିରା ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଏଥିରେ ଆଣ୍ଟି ମାଇକ୍ରୋବୀୟଲ ତତ୍ତ୍ୱ ବହୁ ପରିମାଣରେ ମହଜୂତ ଥାଏ । ଯାହାକି ପେଟ ଯନ୍ତ୍ରଣାରୁ ମୁକ୍ତି ଦେବାରେ ବିଶେଷ ସହାୟକ ହୋଇଥାଏ । ନିୟମିତ କିଛି କିଛି କଳା ଜିରା ସେବନ ଦ୍ୱାରା ପେଟ କାଟିବା, କୃମି, ଲଗାତାର ଝାଡା ହେବା,ଗ୍ୟାଷ୍ଟିକ, ପେଟ ଫୁଲିବା ପରି ସମସ୍ୟା ଦୂର ହୋଇଥାଏ ।
ଏହା ସହ କଳା ଜିରା ମୁଣ୍ଡ ବିନ୍ଧା ଓ ଦାନ୍ତ ବିନ୍ଧା ପରି ରୋଗକୁ ମଧ୍ୟ ଦୂର କରିଥାଏ । ଗମ୍ଭୀର ମୁଣ୍ଡ ବିନ୍ଧା ସମୟରେ କିଛି କଳା ଜିରା ତେଲକୁ ମୁଣ୍ଡରେ ମାଲିସ କଲେ ମୁଣ୍ଡ ବିନ୍ଧା ଗାଏବ ହୋଇଥାଏ । ସେହିପରି ଦାନ୍ତ ବିନ୍ଧୁଥିବା ବେଳେ ମଧ୍ୟ କିଛି ଗରମ ପାଣିରେ ଏହି ତେଲର କିଛି ବୁନ୍ଦା ପକାଇ କୁଲୁକୁଛା କଲେ ଦାନ୍ତ ବିନ୍ଧା କମିଯାଏ ।
ଏହା ସହ ଶରୀରର ଓଜନ କମାଇବାରେ ମଧ୍ୟ କଳା ଜିରା ସାହାଯ୍ୟ କରେ । ନିୟମିତ ଭାବେ ଏହାକୁ ୩ ମାସ ଧରି ସେବନ କଲେ ଶରୀରରୁ ଚର୍ବି ହ୍ରାସ ପାଇ ଓଜନ କମିଯାଏ ।


