ଦିଲ୍ଲୀରେ ସାଂଘାତିକ ସ୍ଥିତି, ଗ୍ରୀଷ୍ମପ୍ରବାହ ଯୋଗୁଁ ଦିଲ୍ଲୀରେ ୫ ଜଣଙ୍କ ମୃତ୍ୟୁ ଓ ନଏଡ଼ାରେ ୧୪ – Kalinga News

[ad_1]
ନୂଆଦିଲ୍ଲୀ :ଗତ ସପ୍ତାହରୁ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ପଞ୍ଜାବରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏହି ସବୁ ରାଜ୍ୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଉତ୍ତରାଖଣ୍ଡ, ବିହାର ଓ ଝାଡ଼ଖଣ୍ଡ ସମେତ ସମଗ୍ର ଉତ୍ତର ଭାରତରେ ତାପମାତ୍ରା ୪୬ ଡିଗ୍ରି ଉପରେ ରହିଛି। ବିହାରରେ ଗତ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ଜୁନ୍ ମାସର ସ୍ୱାଭାବିକଠାରୁ ୬ ଡିଗ୍ରି ଅଧିକ ୪୫ ଡିଗ୍ରି ସେଲସିୟସ ରହିବା ସମ୍ଭାବନା ରହିଛି। ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ସୋମବାର ଦିଲ୍ଲୀରେ ଗ୍ରୀଷ୍ମ ସୂଚକାଙ୍କ ବା ଅନୁଭୂତ ହେଉଥିବା ତାପମାତ୍ରା ୫୦ ଡିଗ୍ରି ସେଲସିୟସକୁ ବୃଦ୍ଧି ପାଇଛି।
ଦିଲ୍ଲୀରୁ ପଶ୍ଚିମବଙ୍ଗ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୋମବାର ୩ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା। ଏହି ଯାନ୍ତ୍ରିକ ତ୍ରୁଟିର ମୂଳ କାରଣ ହେଉଛି ଭୂମିର ତାପମାତ୍ରା ବୃଦ୍ଧି। ଦିଲ୍ଲୀରେ ଅତି ସାଂଘାତିକ ସ୍ଥିତି ଉପୁଜିଛି। ଗ୍ରୀଷ୍ମପ୍ରବାହ ଯୋଗୁଁ ଦିଲ୍ଲୀରେ ଗତ ୭୨ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟପକ୍ଷେ ନଏଡ଼ାରେ ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଦିଲ୍ଲୀରେ ୩୬ ଜଣ ଲୋକ ଏବେ ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
[ad_2]