ସ୍ୱାସ୍ଥ୍ୟ

ଅର୍ଶ ସମସ୍ୟା ଦୂର କରିବା ପାଇଁ ଲାଭକାରୀ ହୋଇଥାଏ ପାଚିଲା କଦଳୀ

ଖାଦ୍ୟ-ପାନୀୟର ଖରାପ ଅଭ୍ୟାସ, ପାଣି କମ ପିଇବା ଏବଂ ଭୋଜନରେ ଫାଇବର କମ ହେବା କାରଣରୁ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଇଥାଏ। ଯଦି ସମୟ ପୂର୍ବରୁ ଏହି ସମସ୍ୟାର ଚିକିତ୍ସା ନକରନ୍ତି ତେବେ ଏହି ସସମ୍ୟା ଆଗକୁ ପାଏଲସ୍ ବା ଅର୍ଶ ଭଳି ଗମ୍ଭୀର ରୋଗରେ ପରିଣତ ହୋଇଥାଏ। ଅର୍ଶ ଏଭଳି ଏକ ରୋଗ ଯେଉଁଥିରେ ଖୁବ୍ କଷ୍ଟ ହେବା ସହ ମଳାଶୟରେ ରକ୍ତ ମଧ୍ୟ ବାହାରିଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସାହାଯ୍ୟ କରିଥାଏ କଦଳୀ।

ଦୈନନ୍ଦିନ ଜୀବନଶୈଳୀରେ ଏହି ରୋଗକୁ ଦୂର କରିବା ପାଇଁ ଆପଣ ନିଜର ଡାଏଟ୍‌ରେ ମଧ୍ୟ ଏହି ଜିନିଷ ସାମିଲ କରିପାରିବେ। ଫାଇବର ଯୁକ୍ତ ଖାଦ୍ୟ ସେବନ କରନ୍ତୁ, ଅଧିକ ପାଣି ପିଅନ୍ତୁ ଏବଂ ଲିକ୍ୱିଡ୍ ଡାଏଟ୍‌ରେ ସାମିଲ କରନ୍ତୁ, ଯେପରି ଶରୀର ହାଇଡ୍ରେଟେଡ ରହିବ। ଏହାବ୍ୟତୀତ ଶାରୀରିକ ବ୍ୟାୟାମ ଏବଂ ନିଦ ମଧ୍ୟ ଅର୍ଶକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଏଥିସହ କଦଳୀ ମଧ୍ୟ ଅର୍ଶ ଭଲ କରିବାରେ ଲାଭକାରୀ ହୋଇଥାଏ।

pilesପାଚିଲା କଦଳୀ ଅର୍ଶ ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ। କାର୍ବୋହାଇଡ୍ରେଟସ୍‌ରେ ଭରପୁର ଥିବା ପାଚିଲା କଦଳୀ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ଔଷଧ ଭଳି କାମ କରିଥାଏ। ପ୍ରତ୍ୟେକଦିନ କଦଳୀ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ସଠିକ ହୋଇଥାଏ।

ପାଏଲସ୍ କାରଣରୁ ସଂକ୍ରମିତ ହୋଇଥିବା ଯାଗାରେ କଷ୍ଠ ଏବଂ ଜଳିବା ଭଳି ମଧ୍ୟ ଅନୁଭବ ହୋଇଥାଏ, ଯାହାକୁ ଭଲ କରିବାରେ ଲାଭକାରୀ ହୋଇଥାଏ କଦଳୀ। ପ୍ରତ୍ୟେକ ଦିନ କଦଳୀ ଖାଇବା ଦ୍ୱାରା ଡାଇଜୋଷ୍ଟିବ ସିଷ୍ଟମ୍ ସଠିକ ରହିଥାଏ ଏବଂ ପୋଷକ ତତ୍ତ୍ୱ ଅବଶୋଷଣ ହୋଇଥାଏ, ଯାହାଦ୍ୱାରା ଇମ୍ୟୁନ ସିଷ୍ଟମ ସୁସ୍ଥ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button