ମନଲାଖି ଚାକିରି ପାଇବା ପାଇଁ ଆପଣାନ୍ତୁ ଏହି ୬ଟି ସରଳ ଉପାୟ

କଣ ଆପଣ ମଧ୍ୟ ଚାକିିରି ସନ୍ଧାନରେ ଅଛନ୍ତି ? ନା ଆପଣ ନିଜର ବର୍ତ୍ତମାନ ଚାକିରିରେ ଖୁସି ନାହାଁନ୍ତି। କଣ ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି। ଏହିସବୁ ଦ୍ୱନ୍ଦ୍ୱ ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏଥିପାଇଁ କିଛି ସହଜ ଉପାୟ।
ବଜରଙ୍ଗବଲୀଙ୍କ ଫଟୋ ଯେଉଁଥିରେ ତାଙ୍କର ଉଡୁଥିବାର ଚିତ୍ର ଥିବ ତାହାକୁ ଘରେ ରଖିବା ଉଚିତ ଏବଂ ତାଙ୍କୁ ପୂଜା କରିବା ଉଚିତ। ଯଦି ଆପଣ ଶତ ଚେଷ୍ଟା କରିବା ପରେ ମଧ୍ୟ ବେରୋଜଗାର ଅଛନ୍ତି ତେବେ ଏହି ଉପାୟକୁ ନିଶ୍ଚୟ କରନ୍ତୁ।
-ଗୋଟିଏ ବିନା ଦାଗ ଥିବା ହଳଦିଆ ଲେମ୍ବୁ ନିଅନ୍ତୁ, ତାକୁ ଚାରି ଭାଗ ସମାନ କରି କାଟି ଦିଅନ୍ତୁ। ଯେତେବେଳେ ସୂର୍ଯ୍ୟାସ୍ଥ ହେବ ସେତେବେଳେ ଗୋଟିଏ ସ୍ଥାନରେ ଛିଡା ହୋଇ ଚାରି ପଟକୁ ଫୋପାଡି ଦିଅନ୍ତୁ, ପଛକୁ ନ ଚାହିଁ ଘରକୁ ଚାଲି ଆସନ୍ତୁ। ଏପରି କଲେ ଆପଣ ଶୀଘ୍ର ଲାଭବାନ ହେବେ। ଏପରି ଲଗାତାର ସାତ ଦିନ କରନ୍ତୁ। ଆପଣଙ୍କ ହେଉନଥିବା କାମ ଶୀଘ୍ର ହେବା ସହିତ ଆପଣ ରୋଜଗାରକ୍ଷମ ହେବେ।
-ପ୍ରତିଦିନ ସକାଳୁ ପକ୍ଷୀ ମାନଙ୍କୁ ସାତ ପ୍ରକାର ଖାଦ୍ୟଶସ୍ୟକୁ ଏକାସାଥିରେ ମିଶାଇ ଖାଆନ୍ତୁ ଏବଂ ମନ୍ଦିର ଦର୍ଶନ କରନ୍ତୁ।
-ଗୋଟିଏ ଲେମ୍ବୁ ଉପରେ ଚାରିଟି ଲବଙ୍ଗ ଲଗାଇ ଦିଅନ୍ତୁ ଏବଂ ‘ଓଁ ଶ୍ରୀ ହନୁମତେ ନମଃ’ ମନ୍ତ୍ରକୁ ୧୦୮ ଥର ଜପ କରି ଲେମ୍ବୁକୁ ନିଜ ସାଥିରେ ନେଇ ଯାଆନ୍ତୁ। ଆପଣଙ୍କ କାମ ନିଶ୍ଚୟ ହେବ।
-ଚାକିରି ନମିଳୁଥିଲେ ମନ୍ଦିରରେ ବାର ପ୍ରକାରର ଫଳ ଚଢ଼ାନ୍ତୁ। ଏହି ଉପାୟକୁ ନିୟମିତ ଭାବରେ କରନ୍ତୁ ଏବଂ ଭଗବାନଙ୍କୁ ଚାକିରି ପାଇବା ପାଇଁ ପ୍ରାର୍ଥନା କରନ୍ତୁ।
-ଇଣ୍ଟରଭ୍ୟୁ ଦେବାକୁ ଯାଉଥିବାବେଳେ ରାସ୍ତାରେ ଗାଈ ଦେଖିଲେ ତାକୁ ଅଟା ଏବଂ ଗୁଡ ଖାଇବାକୁ ଦିଅନ୍ତୁ।
-ପିତ୍ତଳ ଲୋଟାରେ ଗଙ୍ଗା ଜଳ ଭରି ଚାନ୍ଦି ଏବଂ ସୁନାର ଧାତୁକୁ ପକାଇ ମୁଣ୍ଡ ଉପର ଦେଇ ଉତ୍ତର+ପୂର୍ବ ସ୍ଥାନରେ ରଖନ୍ତୁ। ତଥା ଓଁ ଗଙ୍ଗାଧରାୟ ନମଃ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ। ଏହାଦ୍ୱାରା ଉପରୀ ବାଧା ଦୂର ହୋଇଥାଏ ଏବଂ ଧନ ବୃଦ୍ଧି ହୋଇଥାଏ। ଚାକିରି ମିଳିବା ସହିତ ବେପାରରେ ମଧ୍ୟ ଲାଭ ହୋଇଥାଏ।




