ସ୍ୱାସ୍ଥ୍ୟ

ଷ୍ଟ୍ରେଚମାର୍କସ ପାଇଁ ଅଛନ୍ତି କି ଚିନ୍ତାରେ, ତେବେ ଏହି ଉପାୟ କରିବ ସାହାଯ୍ୟ

ପ୍ରାୟ ମହିଳା ଏବଂ ପୁରୁଷ ଶରୀରରେ ପଡିଥିବା ଷ୍ଟ୍ରେଚମାର୍କ ପାଇଁ ଚିନ୍ତାରେ ରହିଥାନ୍ତି କାରଣ ଷ୍ଟ୍ରେଚମାର୍କସ୍ ପାଇଁ ସୁନ୍ଦରତା ଫିକା ପଡିଯାଇଥାଏ। ଏହି ଷ୍ଟ୍ରେଚମାର୍କସ୍ ଅନେକ କାରଣ ପାଇଁ ହୋଇପାରେ,  ଗର୍ଭାବସ୍ଥା ଏବଂ ଜିମ ପାଇଁ ମଧ୍ୟ ଏମିତି ହୋଇଥାଏ। ଏମିତିରେ ବଜାରରେ ମିଳୁଥିବା ଉପାୟ ଠାରୁ ଘରୋଇ ଉପଚାର ବହୁତ ଲାଭବାନ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଷ୍ଟ୍ରେଚ୍ ମାର୍କସରୁ ମୁକ୍ତି ପାଇବା ପାଇଁ କିଛି ସରଳ ଉପାୟ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ଆଲୋଭେରା

ଆଲୋଭେରାର ଚୋପାକୁ ଛଡାଇ ତାହାର ଜେଲିକୁ ଷ୍ଟ୍ରେଚ ମାର୍କସ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହାପରେ ୨-୩ ଘଣ୍ଟା ରଖି ଧୋଇଦିଅନ୍ତୁ।

କୋକୋଆ ବଟର କ୍ରୀମ

ସର୍ବପ୍ରଥମେ ପ୍ଲେନ ବଟ କିମ୍ବା କୋକୋଆ ବଟରକୁ ଫେଣ୍ଟି ଦିଅନ୍ତୁ। ଏହାପରେ ଏଥିରେ ଭିଟାମିନ ଇ ଅଏଲ ମିଶାନ୍ତୁ। ଏହି ପେଷ୍ଟକୁ ଥଣ୍ଡା କରି ଷ୍ଟ୍ରେଚ ମାକର୍ସ ସ୍ଥାନରେ ଲଗାନ୍ତୁ।

ଅଣ୍ଡାର ଧଳା ଅଂଶ

ଅଣ୍ଡାର ଧଳା ଅଂଶକୁ ବାହାର କରିଦିଅନ୍ତୁ। ଏହାପରେ ଏହାକୁ ଦାଗ ହୋଇଥିବା ସ୍ଥାନରେ ଲଗାଇ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ପାଣିରେ ଧୋଇ ଦିଅନ୍ତୁ।

Stretchଆଳୁ ରସ

ଆଳୁକୁ ମୋଟା ଖଣ୍ଡରେ କାଟି ଷ୍ଟ୍ରେଚମାକର୍ସ ହୋଇଥଚିବା ସ୍ଥାନରେ ୫ରୁ୧୦ ମିନିଟ ପର୍ଯ୍ୟନ୍ତ ରଖିବାକୁ ଦିଅନ୍ତୁ । ଏହାପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

ଲେମ୍ବୁ ରସ

ଲେମ୍ବୁକୁ ଦୁଇ ଭାଗରେ କାଟି ଦାଗ ହୋଇଥିବା ସ୍ଥାନରେ ଧିରେ ଧିରେ ରଗଡନ୍ତୁ। ୧୦ ମିନିଟ୍ ପର୍ଯ୍ୟନ୍ତ ରଖି ଉଷୁମ ପାଣିରେ ଧୋଇ ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button